ନଦୀ ପାର ହେଉଥିବା ବେଳେ ଭାଙ୍ଗିଗଲା କାଠ ପୋଲ, ଭାସିଗଲେ ୪ ବର୍ଷର ଶିଶୁ

Published By : Prameya-News7 Bureau | June 02, 2020 IST

ରାଉରକେଲା ୨।୬: ବ୍ରାହ୍ମଣୀ ନଦୀରେ ଭାସି ୪ ବର୍ଷର ନାବାଳିକାଙ୍କ ମୃତ୍ୟୁ । ବ୍ରାହ୍ମଣୀ ନଦୀ ଉପରେ ଆସ୍ଥାୟୀ ଦୁର୍ବଳ କାଠ ପୋଲ ପାର ହେଉଥିବା ସମୟରେ କାଠପୋଲ ଭାଙ୍ଗିଗଲା । ମହିଳା ଜଣଙ୍କ ନାତି ଓ ନାତୁଣୀଙ୍କ ସହ ଲାଠିକଟା ଥାନା ଟିମଜୋର ନିକଟରେ କାଠ ପୋଲରେ ପାର ହେଉଥିବା ବେଳେ ଘଟିଛି ଅଘଟଣ ।

{"id":280232,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ମହିଳା ଜଣଙ୍କ ତାଙ୍କ ନାତି ଏବଂ ନାତୁଣୀଙ୍କୁ ଧରି ଏହି ଆସ୍ଥାୟୀ ଦୁର୍ବଳ କାଠ ପୋଲ ଦେଇ ନିଜ ଘର ବ୍ରାହ୍ମଣୀ ତରଙ୍ଗ ଥାନା ସମରଝୋଳ ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି । କାଠ ପୋଲ ଭାଙ୍ଗି ଯିବାରୁ ନଦୀ ଗର୍ଭକୁ ଆଈ, ନାତି ଓ ନାତୁଣୀ ଗଳି ପଡିଲେ । ଲୋକେ ଖବର ପାଇବା ପରେ ନଦୀରେ ପଶି ଆଈ ସହ ନାତିଙ୍କୁ ଉଦ୍ଧାର କରିଥିବା ବେଳେ ୪ ବର୍ଷର ନାତୁଣୀ ନିଖୋଜ ରହିଥିଲେ । ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ଖୋଜାଖୋଜି କରିବା ପରେ କାଠ ପୋଲର କିଛି ଦୂରରେ ନିଖୋଜ ୪ ବର୍ଷର ନାତୁଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.