ଗାଧୋଇବା ବେଳେ କେନାଲରେ ବୁଡି ନାବାଳିକା ମୃତ
25/07/2018 at 7:56 AM

କେନାଲରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳିକା । ଏପରି ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁରରେ | ଆଜି ସକାଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବରାଜିଆଣି ଗ୍ରାମରେ ଗାଧେଇବାକୁ ଯାଇ ଜଣେ ନାବାଳିକା ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି । ମୃତ ନାବାଳିକା ହେଲେ ମାଲହ ହେମ୍ବ୍ରମ । ମୃତ ମାଲହ ଘର ତିରିଂ ଥାନା ଋତୁ ଘୁଟୁ ଗ୍ରାମରେ କିନ୍ତୁ ସେ ମାଉସୀ ଘରେ ରହି ପାଠ ପଢୁଥିଲେ । ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟି ଯାଇଥିବା ସୂଚନା ଆସିଛି । ତେବେ ନାବାଳିକାଙ୍କୁ ସଂଗେ ସଂଗେ ରାଇରଙ୍ଗପୁର ଡାକ୍ତର ଖାନାକୁ ଅଣା ଯାଇଥିଲା | ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021