ଚିକିତ୍ସାରେ ଅବହେଳା ଯୋଗୁଁ ନାବାଳିକାର ମୃତ୍ୟୁକୁ ନେଇ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ
9/09/2018 at 12:50 PM

ମାହାଙ୍ଗା ୯/୯ : ଚିକିତ୍ସାରେ ଅବହେଳା ଯୋଗୁ ନାବାଳିକାର ମୃତ୍ୟୁ ଅଭିଯୋଗ ଆସିଛି । ମୃତଦେହ ରାସ୍ତାରେ ରଖି ପରିବାର ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓସ୍ତମୂଳ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୃତ ନାବାଳିକା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଶୁକ୍ଳେଶ୍ବର ଗାଁର ଗୀତାଞ୍ଜଳି ଜେନା। ଗତ କିଛିଦିନ ହେବ ଗୀତାଞ୍ଜଳି ରକ୍ତ କର୍କଟ ରୋଗରେ ପୀଡିତ ହୋଇ SCBରେ ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଙ୍କ ଅବହେଳା ଯୋଗୁ ଆଜି ତାର ମୃତ୍ୟୁ ହୋଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି । ଏନେଇ ଓସ୍ତମୂଳ ବଜାରରେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ଶବରଖି ତାର କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି।