ପୋଖରୀରେ ଗାଧୋଇବା ବେଳେ ନାବାଳିକାର ମୃତ୍ୟୁ

Published By : Prameya-News7 Bureau | September 14, 2018 IST

କେନ୍ଦ୍ରାପଡା ୧୪/୯ : ପୋଖରୀରେ ବୁଡି ବାଳିକାର ମୃତ୍ୟୁ ହୋଇଛି | କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ପଞ୍ଚାୟତ ଜୟପୁର ଗ୍ରାମରେ ଏଭଳି ଅଘଟଣ ଘଟିଛି | ମୃତକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜୟଶ୍ରୀ ମଲ୍ଲିକ | ସେ ଆଜି ସକାଳୁ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଜୟଶରୀଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖିଥିଲେ | ସଂଗେ ସଂଗେ ଜୟଶ୍ରୀଙ୍କୁ ପୋଖରୀରୁ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ | ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.