ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର, ପାର୍ଥନା ସଭାକୁ ଯାଇ ଘରକୁ ଫେରିନଥିଲା, ହତ୍ୟା ସନ୍ଦେହ

Published By : Prameya-News7 Bureau | June 23, 2021 IST

ରାଇରଙ୍ଗପୁର, ୨୩/୬: ରାଇରଙ୍ଗପୁର ଗ୍ରାମ ପାଖ ଗଛରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ତିରିଙ୍ଗ ଥାନା ଦେଓଗାଁରେ ଦେଖିବାକୁ ମିଳିଛି । ମୃତ ନାବାଳିକାଙ୍କ ନାମ ସମ୍ବାରି ବାନରା ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗୋରୁମହିଷାଣି ଥାନା ଡଙ୍ଗା ପାଣି ଗ୍ରାମର ନାବାଳିକା ସମ୍ବାରୀ ଦୁଇମାସ ହେଲା ମାମୁଁଘର ଦେଓଗାଁରେ ରହୁଥିଲେ । ମାମୁଁ ଘରର ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ଗତକାଲି ଗାଁର ଆଉ ଜଣକ ଘରେ ଖ୍ରୀଷ୍ଟିଆନ ଧର୍ମର ପ୍ରାର୍ଥନା ସଭାକୁ ଯାଇ ଆଉ ଘରକୁ ଫେରି ନଥିଲା ବେଳେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଏହା ହତ୍ୟାକାଣ୍ଡ କହୁଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.