Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବସ୍‌ରୁ ଓହ୍ଲାଇ ରାସ୍ତାରେ ଯାଉଥିବା ବେଳେ ନାବାଳିକାଙ୍କର ଖସିଗଲା ଗୋଡ, ଚଢିଗଲା ଡମ୍ଫର

30/10/2019 at 3:39 PM

ଜଳେଶ୍ବର ୩୦।୧୦: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳେ ବସ୍ତା ବ୍ଲକ୍ ବାଗଲଡିହା ଗ୍ରାମର ବିପ୍ଳବ ଗାଆଣଙ୍କ ୫ବର୍ଷର ନାବାଳିକା ଝିଅ ଖୁସି ଜଳେଶ୍ଵର ବ୍ଲକ୍ ସୁଗ ଗ୍ରାମର ମାମୁଁ ଘରୁ ମା’ ସହିତ ବସ୍ ଯୋଗେ ଆସି ଇନ୍ଦିରା ଛକରେ ଓହ୍ଲାଇଥିଲେ ।

ରାଜପଥରୁ ୩୦ଫୁଟ ତଳକୁ ଓହ୍ଲାଇ ଘରକୁ ଯିବାକୁ ପଡ଼ୁଥିବାରୁ ଓହ୍ଲେଇବା ସମୟରେ ନାବାଳିକାଟିର ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲା । ଫଳରେ ତଳ ରାସ୍ତାରେ ଯାଉଥିବା ଡମ୍ପର ଖୁସି ଉପରେ ଚଢି ଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଡ଼ାକ୍ତରଖାନାକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁର୍ଘଟଣାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ଦେକାଦେଇଥିଲା । ମୃତ ନାବାଳିକାର ପରିବାରକୁ କ୍ଷତିପୂରଣ  ଦାବିରେ 60 ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

   Related Posts