ଭୁଲ ଇଞ୍ଜେକ୍‌ସନ ନେଲା ଜୀବନ, ନାବାଳିକା ମୃତ, ସିଲ୍‌ ହେଲା ମେଡିକାଲ୍‌ ଷ୍ଟୋର

Published By : Prameya-News7 Bureau | July 19, 2021 IST

ମାଲକାନଗିରି, ୧୯/୦୭: ମାଥିଲି ଥାନା ଅନ୍ତର୍ଗତ ମାଡକାମୀଗୁଡାରେ ଭୁଲ ଇଞ୍ଜେକସନ ଦିଆଯିବା କାରଣରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ରାମଚନ୍ଦ୍ର ବାରିକଙ୍କ ଝିଅ ଲିଲିମା ବାରିକ ।

ଖବର ଅନୁସାରେ ସକାଳେ ଲିଲିମାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ପରିବାରବର୍ଗ ତାଙ୍କୁ ମାଥିଲି ସଦରରେ ଥିବା ଶ୍ରୀରାମ ମେଡିକାଲ ଷ୍ଟୋରକୁ ନେଇଥିଲେ । ଦୋକାନୀ ତାଙ୍କୁ ଏକ ଇଂଜେକସନ ଦେବା ପରେ ଲିଲିମାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇପଡିଥିଲା । ପରିବାରବର୍ଗ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସଂପର୍କରେ ପରିବାରବର୍ଗ ଥାନାରେ ଏତଲା ଦେଇଛନ୍ତି। ପୋଲିସ ସଂପୃକ୍ତ ଦୋକାନୀକୁ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.