ପୁଣି ଜଣେ ନାବାଳିକା ହେଲେ ମା ; ଶିଶୁ କନ୍ୟାକୁ ଦେଲେ ଜନ୍ମ

Published By : Prameya-News7 Bureau | January 18, 2019 IST

ଯାଜପୁର ୧୮|୧: ୧୪ ବର୍ଷର ନାବାଳିକା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା  ଦାନଗଦି ବ୍ଲକ୍ କଳିଙ୍ଗ ନଗର ଥାନା ବାଘୁଆପାଳ ଗାଁରେ  । ଗାଁର ଜଣେ ନାବାଳିକା ଝିଅ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

{"id":75180}

ସୂଚନା ଅନୁସାରେ ରେଲ​ଓ୍ବେ ବିଭାଗରେ ଠିକାଦାର ଭାବେ କାମ କରୁଥିଲେ ପିଣ୍ଟୁ ଜେନା। ଗାଁରେ ପାଣି ଅଭାବ ଥିବାରୁ ପିଣ୍ଟୁକୁ ସଂପୃକ୍ତ ନାବାଳିକା ପାଣି ଯୋଗାଇ ଦେଉଥିଲା । ଏହା ଭିତିରେ ୨ ଜଣଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଗର୍ଭବତୀ ହୋଇଥିଲେ ନାବାଳିକା । ଏକଥା ପରିବାର ଲୋକେ ଜାଣିବା ପରେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ଥାନାରୁ ଫେରିବା ସମୟରେ ବାଟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ନାବାଳିକାକୁ ଦାନଗଦି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇ ଆଡମିସନ କରିଥିଲେ । ସେଠାରେ ନାବାଳିକା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲା । ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଉଭୟ ମା ଓ  ଶିଶୁ ସୁସ୍ଥ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.