ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଜଣେ ଅଟକ

Published By : Prameya-News7 Bureau | December 05, 2019 IST

କୋଣାର୍କ ୦୫।୧୨: ପୁରୀ ଜିଲ୍ଲା ଦେବୀ ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାକଟପୁର ଥାନା ବାଉରିଆକଣ ଗାଁର ନାବାଳିକା ଜଣକ ଗତକାଲିଠୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ଦେବୀନଦୀରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ । ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଛି ।

{"id":194152,"sizeSlug":"large"}

ନାବାଳିକା ବ୍ୟବହାର କରୁଥିବା ମୋବାଇଲ ଫୋନ ଯାଞ୍ଚ କରିଥିଲେ । ନିଖୋଜ ପୂର୍ବରୁ ନାବାଳିକା ଜଣକ ଗାଁ ନିକଟ ପାଣି ଟାଙ୍କିରେ କାମ କରୁଥିବା ଜଣେ ଶ୍ରମିକଙ୍କ ପାଖକୁ ୨ଟି କଲ କରିଥିଲେ । ଫୋନ କଲ ଆଧାରରେ ସେହି ଯୁବକକୁ ଧରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରଯାଉଥିବା ବେଳେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.