Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ

30/09/2019 at 1:07 PM

ରାଇରଙ୍ଗପୁର ୩୦/୯: ସାପ କାମୁଡ଼ାରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ  ହୋଇଛି।ଏପରି ଘଟଣା ଘଟିଛି ଗୋରୁମହିଷାଣି ଥାନା ହାତିଆ ଗ୍ରାମରେ।ଘର ଆଲମାରୀରୁ ଚାବି ବାହାର କରିବା ସମୟରେ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା କିନ୍ତୁ ଘର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଇ ଝିଅକୁ ଡାକ୍ତରଖାନା ନ ଆଣି ଗୁଣିଆ ପାଖକୁ ନେଇ ଯାଇଥିଲେ।ସେଠାରେ କୌଣସି ସୁଫଳ ନ ମିଳିବାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତଥାପି ଘର ଲୋକଙ୍କ ମନ ମାନି ନ ଥିଲା,ପୁଣି ନାବାଳିକାଙ୍କ ମୃତ ଦେହକୁ ଗୁଣିଆକୁ ଦେଖାଇବାକୁ ନେଇଯାଇଥିଲେ।ତେବେ ବୁଝା ସୁଝା କରିବା ପରେ ଡାକ୍ତରୀ ମାଇନା ପାଇଁ ରାଜି ହୋଇ ପୁଣି ଡାକ୍ତରଖାନାକୁ ଆଣିଥିଲେ।ମୃତ ଯୁବତୀ ହାତିଆ ପ୍ରାଇମେରୀ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ସ୍ନେହଲତା ଗିରି।

   Related Posts