ଗୁଳିମାଡରେ ନାବାଳିକା ମୃତ ; ହତ୍ୟା ସନ୍ଦେହରେ ପ୍ରେମିକ ଓ ବାପା ଅଟକ
23/12/2018 at 9:45 AM

ବାଲେଶ୍ବର ୨୩|୧୨: ବାଲେଶ୍ବର ଅରଡ ବଜାରରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡରେ ନାବାଳିକା ମୃତ । ହତ୍ୟାକାଣ୍ଡରେ ନାବାଳକ ପ୍ରେମିକ ଓ ତାର ବାପାର ସଂପୃକ୍ତି ନେଇ ସନ୍ଦେହ ଦେଖାଦେଇଛି । ପେ।ଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ ବାଲେଶ୍ବରର ଜିଲ୍ଲା ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବା ୧୪ ବର୍ଷର ଝିଅ ନେହା ଖାତୁନ, ତାଙ୍କ ଘରପାଖର ୧୬ ବର୍ଷୀୟ ପୁଅ ସେକ୍ ସାହାଦିତକୁ ଭଲ ପାଉଥିଲା । ଦୁହେଁ ବାହା ହେବାକୁ ଚାହୁଁଥିଲେ । ହେଲେ ଝିଅର ବାପା ଅରାଜି ହେବାରୁ ୮ ଦିନ ତଳେ ଉଭୟ ଘରୁ ପଳାଇଯାଇଥିଲେ । ଗତକାଲି ରାତି ୧୦ଟା ବେଳକୁ ନେହାକୁ କେହି ଦୁର୍ବୃତ୍ତ୍ ଗୁଳିକରି ହତ୍ୟା କରିଛି ବୋଲି ପୁଅ ଘର ଲୋକେ ନେହାର ବାପା ମାଙ୍କୁ ଖବର ଦେଇଥିଲେ । ନେହାର ମୁଣ୍ଡର ପଛପଟେ ଗୁଳି ବାଜିଥିଲା । ସହଦେବଖୁଣ୍ଟା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାଲେଶ୍ବର ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଅ ଘର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନେହା ବାପା ମା ।