ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | August 01, 2018 IST

ଜି.ଉଦୟଗିରି ବ୍ଲକ ଇନ୍ଦିରାପଡିଆ ଗାଁରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ରୀ ଜଣକ ହେଲେ ନାମ ପ୍ରଧାନଙ୍କ ଝିଅ ଶୁଭଶ୍ରୀ ପ୍ରଧାନ । ସେ କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରୀ । ଗତକାଲି ରାତି ୮ଟା ବେଳେ ଶୁଭଶ୍ରୀ ତାଙ୍କର ଜଣେ ସାଙ୍ଗ ଘରକୁ ଟିଭି ଦେଖିବାକୁ ଯାଇଥିଲେ । ହେଲେ ରାତିରେ ସେ ଆଉ ଫେରିନଥିଲେ । ସକାଳୁ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଶୁଭଶ୍ରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଗାଁ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ବେଳେ ଜି.ଉଦୟଗିରି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା ଚଳାଇଛି । ଶୁଭଶ୍ରୀ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରି ଗଛରେ ଝୁଲାଇଦେଇଛି ତାହା ହେବେ ସନ୍ଦହଜନକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.