ବଲାଙ୍ଗିରରେ ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | November 13, 2018 IST

ବଲାଙ୍ଗିର ୧୩|୧୧: ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲାଲଝରା ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ମଜାଲଝର ଗାଁର ମଦନ ମାଝୀଙ୍କ ନାବାଳିକା ଝିଅ ଗତ ୧୧ତାରିଖ ରାତିରୁ ନିଖୋଜ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଫଳରେ ସେ ଗତକାଲି ଥାନାରେ ଏତଲା ଦେଇଥିଲେ । ତାଙ୍କ ମୃତଦେହ ଲାଲଝର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.