Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଜେଜେମା ଆଖି ଆଗରେ ବୁଡି ଯାଇ ନାବାଳିକା ନାତୁଣୀ ମୃତ

8/09/2019 at 10:11 AM

ଚୌଦ୍ବାର ୮।୯: ଜେଜେମା ଆଗରେ ପାଣିରେ ବୁଡି ନାବାଳିକା ନାତୁଣୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଚୌଦ୍ବାର ଥାନା ଅନ୍ତର୍ଗତ ନଖରା ପଂଚାୟତ ଅଙ୍ଗତରାଦିହ ଗ୍ରାମରେ । ମୃତା ନାବାଳିକା ଜଣକ ହେଉଛନ୍ତି ଗ୍ରାମର ଚନ୍ଦ୍ରମଣୀ ଭୋଳଙ୍କ ଏକମାତ୍ର ଝିଅ ହରପ୍ରିୟା ଭୋଳ ।

ସେ ବିଳମ୍ବିତ ରାତିରେ ନିଜ ଜେଜେମା ସହ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ପୋଖରିରେ ଧୋଇ ହୋଇ ହରପ୍ରିୟା ଉପରକୁ ଆସୁଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ପଡି ଯାଇଥିଲେ। ଜେଜେମା ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଧରି ପାରିନଥିଲେ।

ପରେ ସେ ଗାଁ ଲୋକଙ୍କୁ ଡାକ ପକାଇବା ପରେ ଗ୍ରାମବାସୀମାନେ ଖୋଜା ଖୋଜି କରିଥିଲେ ମଧ୍ୟ ହରପ୍ରିୟାକୁ ପାଇନଥିଲେ। ଖବର ପାଇ ଚୌଦ୍ବାରରୁ ଅଗ୍ନିଶମ କର୍ମଚାରୀମାନେ ଆସି ପାଣି ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବିକୁ ପଠାଇ ତଦନ୍ତ ଆରମ୍ଭ କରିଛି।

   Related Posts