ବୟସ ପୂରିନି ୧୮ ହେଲେ ସୋସିଆଲ ମିଡିଆରେ କରୁଛନ୍ତି ଖେଳ: IAS, IPSଙ୍କ ନାଁରେ ଫେକ୍‌ ଆଇଡି ଖୋଲି ମାଗୁଛନ୍ତି ଟଙ୍କା

Published By : Prameya-News7 Bureau | June 16, 2020 IST

ରାଉରକେଲା୧୬/୬: ବୟସ ପୂରିନି ୧୮, କିନ୍ତୁ ଲୋକଙ୍କୁ ଲୋକଙ୍କୁ ଠକିବାରେ ମାହିର। ଜଣେ ନାବାଳକ ସୋସିଆଲ ମିଡିଆରେ ନିଜର କଳା କାରନାମା ଜାରି ରଖିଛନ୍ତି। ଆଇଏସ, ଆଇପିଏସ୍‌ ଏବଂ ରାଜନେତାଙ୍କ ନାଁରେ ଫେକ୍‌ ଫେସବୁକ୍ ଆଇଡି ଖୋଲି ଅର୍ଥ ଆଦାୟ କରୁଥିଲେ। ଏହି ଘଟଣାରେ ବଲାଙ୍ଗୀରରୁ ତାଙ୍କୁ ଗିରଫ କରିଛି ରାଉକେଲା ପୋଲିସ୍‌ । 

ଗିରଫ ହୋଇଥିବା ନାବାଳକ ପୁର୍ବରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଏବଂ ବର୍ତ୍ତମାନର ସମ୍ବଲପୁର ଏସ୍‌ପି ଡ଼ଃ ବିଶାଲ କନଓ୍ବର ସିଂ, ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ସହ ଅନେକ ନାମୀଦାମୀ ଲୋକଙ୍କ ନାଁରେ ଫେକ୍ ଫେସବୁକ ଆଇଡି ଖୋଲି ବିଭିନ୍ନ ଆଳ ଦେଖାଇ ଅର୍ଥ ମାଗୁଥିଲେ।  ଟଙ୍କା ପଠାଇବା ପାଇଁ  ନାବାଳକ ଜଣଙ୍କ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲେ। ତାଙ୍କ ବାପାଙ୍କ ଆକାଉଣ୍ଟକୁ ଆସୁଥିବା କୋଟି କୋଟି ଟଙ୍କା। ସେହି ଟଙ୍କାରେ ବାପାଙ୍କ ନାଁରେ କିଣିଥିଲେ ଦାମୀ କାର।

ପୋଲିସ ଖବର ପାଇବା ପରେ ବାପାଙ୍କ ସହ ନାବାଳକ ପୁଅକୁ ଗିରଫ କରିଥିଲା। ଏହାସହ ବ୍ୟବହାର ହେଉଥିବା ବ୍ୟାଙ୍କ ଆକାଉଣ୍ଟ ଏବଂ କିଣା ଯାଇଥିବା କାର୍‌କୁ ଜବତ କରିଥିଲା ପୋଲିସ୍।  ଏହି ଘଟଣାରେ ନାବାଳକଙ୍କ ବାପା ଜାମିନ ଆସିବା ପରେ  ଗତ ମେ ୩୦ ତାରିଖରେ ସୁଧାର ଗୃହରୁ ନାବାଳକ ଫେରିଥିଲେ। କିନ୍ତୁ ନାବାଳକ ଜଣଙ୍କ ନିଜର ପୁରୁଣା ଅଭ୍ୟାସ ଛାଡ଼ି ନଥିଲେ। ପୁଣି ରାଉରକେଲା ଏସ୍‌ପି କେ.ଶିବ ସୁଭ୍ରମଣୀଙ୍କ ନାଁରେ ଫେସ୍‌ବୁକରେ ଫେକ୍ ଆଇଡି ଖୋଲି କରିଥିଲେ ଖେଳ। ଏବେ ରାଉରକେଲା ପୋଲିସ୍‌ କବଜାରେ ଚାରିଶହ ବିସ୍‌ ନାବାଳକ । ପୋଲିସ୍‌ ସଂପୃକ୍ତ ନାବାଳକକୁ ଗିରଫ କରି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.