Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପ୍ରେମିକଙ୍କୁ ଥାନାରୁ ବାହାର କରିବା ଲାଗି ପୋଲିସ ଅଧିକାରୀଙ୍କୁ ଆଇନ କାନୁନର ପାଠ ପଢ଼ାଇଲେ ନାବାଳିକା ପ୍ରେମିକା… ପଢ଼ନ୍ତୁ ପୂରା ଖବର

4/11/2019 at 7:23 PM

ହମୀରପୁର୪/୧୧: ଜଣେ ନାବାଳିକା ନିଜ ପ୍ରେମିକଙ୍କୁ ଛାଡ଼ି ଦେବା ଲାଗି ଥାନାରେ ହୋହାଲ୍ଲା କରିଛନ୍ତି। ନାବାଳିକାଙ୍କ ଦ୍ବାରା ଥାନାରେ ଘଟିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି। ଉତ୍ତର ପ୍ରଦେଶ ସୁମେରପୁରର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ପ୍ରତିଦିନ ଜଣେ ଯୁବକ ତାଙ୍କ ଝିଅଙ୍କୁ ହଇରାଣ କରୁଥିବା କଥା ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ ସଂପୃକ୍ତ ଯୁବକଙ୍କୁ ଗିରଫ କରି  ଥାନାକୁ ପଠାଇ ଦିଆଯାଇଥିଲା।

ଯୁବକଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ କିନ୍ତୁ ନାବାଳିକା  ଥାନାରେ ପହଞ୍ଚିଥିଲେ। ଥାନାରେ ନାବାଳିକା ପ୍ରକୃତ ଘଟଣା ସଂପର୍କରେ କହିଥିଲେ। ସେ ପରସ୍ପରକୁ ଭଲ ପାଆନ୍ତି ବୋଲି ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତାଙ୍କ ପ୍ରେମିକଙ୍କୁ ଛାଡ଼ି ଦେବା ପାଇଁ ଥାନା ଅଧିକାରୀଙ୍କୁ ସେ ନିବେଦନ କରିଥିଲେ।

 କିନ୍ତୁ ଥାନା ଅଧିକାରୀ ହରି ନାରାୟଣ ତାଙ୍କ କଥା ଶୁଣି ନ ଥିଲେ। ଏହା ପରେ ନାବାଳିକା ଥାନାରେ ହଙ୍ଗମା କରିଥିଲେ। ପୋଲିସ କର୍ମଚାରୀଙ୍କୁ ଆଇନ କାନୁନ୍‌ ପାଠ ପଢ଼ାଇଥିଲେ। ଦୁଇଜଣ ସହ ମତିରେ ସେ ଦୁହେଁ ସରସ୍ପରକୁ ଭଲ ପାଆନ୍ତି ବୋଲି ନାବାଳିକା କହିଥିଲେ।  ତମେ କିଏ ବୋଲି ପୋଲିସ ଅଧିକାରୀଙ୍କୁ ନାବାଳିକା ପ୍ରଶ୍ନ କରିଥିଲେ।

ଥାନା ଅଧିକାରୀଙ୍କ କହିବା ଅନୁସାରେ ନାବାଳିକାଙ୍କ ଏପରି କାର୍ଯ୍ୟକଳାପ ଦେଖି ତାଙ୍କ ମାଆଙ୍କୁ ଖବର ଦିଆଯାଇଥିଲା। ନାବାଳିକଙ୍କ ମାଆ ଆସିବା ପରେ ଗିରଫ ହୋଇଥିବା ଯୁବକ ଛାଡି ଦିଆଯାଇଥିଲା।

   Related Posts