ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା : ତଦନ୍ତ ବିଳମ୍ବ ନେଇ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମଗାଯିବ- ଶିଶୁ ସୁରକ୍ଷା ଆୟୋଗ

Published By : Prameya-News7 Bureau | November 01, 2020 IST

ଭୁବନେଶ୍ୱର ୦୧।୧୧: ରାଜଧାନୀ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଓଟିଭି ଏମଡିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଥିବା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି । ଏହାସହ ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ମଧ୍ୟ ମିଳିଛି ।

ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଓଟିଭି ଏମଡିଙ୍କୁ ରିପୋର୍ଟ ମଗାଯାଇଥିଲା । ମିଳିଥିବା ରିପୋର୍ଟକୁ ଯାଞ୍ଚ କରାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା । ଆବଶ୍ୟକ ପଡ଼ିଲେ ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ହଜାର ପାଇଁ ଡକାଯିବ । ଡିସିପି ଦେଇଥିବା ରିପୋର୍ଟ ଅନୁସାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେଣୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ରିପୋର୍ଟ ମଗାଯିବ । ତଦନ୍ତ କାହିଁକି ବିଳମ୍ବ ହେଉଛି ସେ ନେଇ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମଗାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.