ଅଢେଇ ବର୍ଷ ଶିଶୁକୁ ଦୁଷ୍କର୍ମ କରି ଯୌନାଙ୍ଗରେ ବାଡ଼ି ପୁରାଇ ଇଟାରେ ଛେଚି ହତ୍ୟା କଲା ସିରିଏଲ କିଲର; ପୂର୍ବରୁ ୧୫ ଶିଶୁଙ୍କର କରିଛି ଶିକାର

Published By : Prameya-News7 Bureau | November 25, 2018 IST

ଗୁଡଗାଓଁ ୨୫/୧୧ : ଅଢେଇ ବର୍ଷ ଶିଶୁକୁ ନୃଶଂସ ହତ୍ୟା | ଶିଶୁକୁ ଅପହରଣ ପରେ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଛି | ଘଟଣା ଘଟିଛି ଗୁଡଗାଓଁରେ | ଜଣେ ଅଢେଇ ବର୍ଷୀୟ ଶିଶୁକୁ ଅଭିଯୁକ୍ତ ଦୁଷ୍କର୍ମକାରୀ ରବିବାର ସକାଳେ ଶିଶୁକୁ ଅପହରଣ କରିନେଇଥିଲା | ଏହାପରେ ଶିଶୁ ସହ ଦୁଷ୍କର୍ମ କରି ତାଙ୍କୁ ନୃଶଂସ ଭାବେ ହତ୍ୟା କରିଛି | ଶିଶୁର ପୋଷ୍ଟ ମର୍ଟମ କରିଥିବା ଡାକ୍ତର ଦୀପକ ମାଥୁର କହିଛନ୍ତି ଯେ, ଶିଶୁର ଯୌନାଙ୍ଗରେ ଅଭିଯୁକ୍ତ ଏକ ବାଡ଼ି ପସେଇ ଦେଇଥିଲା | ଏହାପରେ ଏକ ଇଟାରେ ଶିଶୁର ମୁଣ୍ଡକୁ ଆଘାତ କରି ଶିଶୁକୁ ହତ୍ୟା କରାଯାଇଛି | ପୋଲିସ ସୂଚନା ଅନୁଯାୟୀ, ଶିଶୁଟି ନିଜ ବାପା ମାଙ୍କ ସହ ସେକ୍ଟର- ୬୬ରେ ରହୁଥିଲେ | ଗତ ରବିବାର ପ୍ରାୟ ୧୧ଟା ବେଳେ ସେ କଲୋନୀରୁ ଅଚାନକ ଗାୟବ ହୋଇଯାଇଥିଲେ | ବହୁତ ସମୟ ଯାଏଁ ନ ଆସିବାରୁ ଶିଶୁକୁ ପାଖାପାଖି ଅଂଚଳରେ ଖୋଜାଖୋଜି କରାଯାଇଥିଲା | କିନ୍ତୁ ବିଳମ୍ବିତ ରାତି ଯାଏଁ ଶିଶୁର କୌଣସି ପତ୍ତା ମିଳିନଥିଲା | ସୋମବାର ସକାଳୁ ସେହି ପାଖରୁ ଏକ ପଶୁ ଭାଡ଼ିରୁ ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା | ପରିବାର ଲୋକେ ସଂଗେସଂଗେ ପୋଲିସ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଶିଶୁର ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା | ପୋଷ୍ଟ ମର୍ଟମ କରିଥିବା ଡାକ୍ତର କହିଛନ୍ତି ଶିଶୁଙ୍କ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଥିଲା | ଦୁଇଟି ଗଭୀର କ୍ଷତ ଥିବା ଡାକ୍ତର କହିଥିଲେ | ଶିଶୁର ଯୌନାଙ୍ଗରେ ବାଡ଼ି ପୁରାଇବା ଏବଂ ପରେ ଇଟାରେ ପିଟିବା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ | ପୋଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା, ଦୁଷ୍କର୍ମକାରୀ ସୁନୀଲ କୁମାର ଉତ୍ତର ପ୍ରଦେଶରୁ କାମ କରିବା ପାଇଁ ଗୁଡଗାଓଁ ଆସିଥିଲା | ଘଟଣା ପରେ ଅଭିଯୁକ୍ତ ସୁନୀଲ ସେଠାରୁ ଫେରାର ହୋଇଯାଇଥିଲା | ଶନିବାର ଦିନ ପୋଲିସ ଅଭିଯୁକ୍ତ ସୁନୀଲକୁ ଗିରଫ କରିଛି | ଗବଳିଆର ଅଖିଳେଶ୍ଵର ମନ୍ଦିର ପାଖରୁ ପୋଲିସ ଏକ ୫ ବର୍ଷ ବୟସ୍କ ଶିଶୁର କଙ୍କାଳ ଉଦ୍ଧାର କରିଥିଲା | ମନ୍ଦିରରେ ଏକ ଭୋଜନ ସମାରୋହ ଚାଲିଥିବାବେଳେ ଅଭିଯୁକ୍ତ ସୁନୀଲ ଶିଶୁକୁ ଏକ ପରିତ୍ୟକ୍ତ ସ୍ଥାନକୁ ଉଠାଇନେଇଥିଲା | ଏହାପରେ ଶିଶୁ ସହ ଦୁଷ୍କର୍ମ ତାଙ୍କୁ ହତ୍ୟା କରିଥିଲା | ଅକ୍ଟୋବର ୨୩ ତାରିଖରେ ସ୍ଥାନୀୟ ପୋଲିସ ସୁନୀଲ ବିରୋଧରେ ଧାରା ୩୬୧ ଏବଂ ୩୬୩ରେ ମାମଲା ରୁଜ୍ଜୁ କରିଥିଲା | ଗୁଡଗାଓଁରେ ଅଢେଇ ବର୍ଷ ଶିଶୁକୁ ଅମାନବୀୟ ଭାବେ ଦୁଷ୍କର୍ମ ଓ ହତ୍ୟା ପରେ ଅଭିଯୁକ୍ତ ସୁନୀଲକୁ ପୋଲିସ ଝାନ୍ସୀରୁ ଗିରଫ କରିଥିଲା | ଅଭିଯୁକ୍ତ ସୁନୀଲ ଗୁରଫା ହେବ ପରେ ନିଜ ଦୋଷ ସ୍ୱୀକାର କରିଥିଲା ଏବଂ କହିଥିଲା ଯେ, ସେ ୧୫ ଜଣ ଶିଶୁଙ୍କ ସହ ଦୁଷ୍କର୍ମ କରି ସାରିଛି ଏବଂ ଦୁଷ୍କର୍ମ ପରେ ତାଙ୍କର ହତ୍ୟା ମଧ୍ୟ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.