ନାବାଳିକା ଝିଆରୀକୁ ନିଶାସକ୍ତ କରି ଦାଦା କରୁଥିଲା ଦୁଷ୍କର୍ମ; ଭିଡିଓ ରେକର୍ଡିଙ୍ଗ କରି କରୁଥିଲା ବ୍ଲାକମେଲ

Published By : Prameya-News7 Bureau | November 25, 2018 IST

ଅତ୍ୟନ୍ତ ଲଜ୍ଜା ଜନକ ଘଟଣା | ଦାଦା ନିଜ ଝିଆରୀକୁ ପ୍ରଥମେ ନିଶାସକ୍ତ କଲା ଏବଂ ପରେ ତା ସହ ଦୁଷ୍କର୍ମ କଲା | ତଥାପି ଦାଦାର ମନ ଶାନ୍ତି ହେଲାନି ଯେ, ଅଶ୍ଳୀଳ ଭିଡିଓ ରେକର୍ଡିଙ୍ଗ କରି ଝିଆରୀକୁ ବ୍ଲାକମେଲ କଲା | କେବଳ ବ୍ଲାକମେଲ ନୁହେଁ ପୁଣି ସେହି ଅଶ୍ଳୀଳ ଭିଡିଓ ରେକର୍ଡିଙ୍ଗ ଗୁଡିକୁ ବନ୍ଧୁ ପରିଜନଙ୍କୁ ମଧ୍ୟ ଦେଖାଇଲା | ପୀଡିତା କୌଣସି ଉପାୟରେ ଭିଡିଓ ଜବତ କରି ଏସଏସପିଙ୍କୁ ଦେଖାଇ ଅକ୍ଟୋବର ୨୨ ତାରିଖରେ ଏତଲା ଦେଇଥିଲେ | ଲଜ୍ଜାଜନକ ଘଟଣା ହୋଶିୟାରପୁର ଅଂଚଳର | ପୋଲିସ ପୀଡିତାଙ୍କ ମାମଲା ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା | ପ୍ରାୟ ମାସେ ପରେ ପୋଲିସ ଅଭିଯୁକ୍ତ ଦାଦା ରାକେଶ କୁମାର, ଶୁଭମ ଏବଂ କମ୍ବଳ ନାମକ ଯୁବକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା | ଏବେ ପୀଡିତାଙ୍କ ଚିକିତ୍ସା ଚାଲିଛି | ୧୭ ବର୍ଷ ବୟସ୍କା ପୀଡିତା ନିଜ ଅଭିଯୋଗରେ କହିଛନ୍ତି ଯେ, ୨୦୧୬ ମସିହାରେ ତାଙ୍କ ମୁଣ୍ଡ ପ୍ରବଳ ବିନ୍ଧିଥିଲା | ମୁଣ୍ଡ ବ୍ୟଥା ନେଇ ସେ ଦାଦା ରାକେଶ କୁମାରକୁ କହିଥିଲେ | ଅଭିଯୁକ୍ତ ଦାଦା ରାକେଶ କୁମାର ମଉକାର ଫାଇଦା ଉଠାଇ ପାଣିରେ ହିରୋଇନ ମିଶାଇ ସେହି ମିଶ୍ରଣକୁ ପୀଡିତାଙ୍କ ନାକରେ ଢ଼ାଲିଦେଇଥିଲା | ଏହି ଘଟଣା ପରେ ଯେବେ ବି ପୀଡିତାଙ୍କ ମୁଣ୍ଡ ବିନ୍ଧିଲେ ରାକେଶ ତାଙ୍କୁ ଏକ ପୁଡିଆ ଧରେଇ ଦେଉଥିଲା | ପୀଡିତ ରାକେଶ ଉପରେ ବିଶ୍ୱାସ ରଖି ସେ ପୁଡିଆରେ ଥିବା ନିଶାକୁ ଔଷଧ ଭାବି ଖାଇଦେଉଥିଲେ | ଧୀରେ ଧୀରେ ପୀଡିତାଙ୍କୁ ସେହି ନିଶାର ଅଭ୍ୟାସ ହୋଇଗଲା | ରାକେଶ ପାଇଁ ଏହା ଥିଲା ଏକ ସ୍ଵର୍ଣ ସୁଯୋଗ | ନିଶା ନନେଲେ ପୀଡିତ ଦୁର୍ବଳ ଅନୁଭବ କରିବାକୁ ଲାଗିଲେ | ଯେତେବେଳେ ସେ ଦୁର୍ବଳ ଏବଂ ହାଲିଆ ହେଲା ଭଳି ଅନୁଭବ କରନ୍ତି ତାଙ୍କୁ ସେହି ନିଶା ଧରେଇ ଦିଆଯାଉଥିଲା | ଆଉ ସେହି ନିଶା ପାଇଁ ରାକେଶ ପୀଡିତାଙ୍କୁ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିଲା | ପୀଡିତା ବାଧ୍ୟ ହୋଇ ସବୁଥିରେ ରହି ହେଇଯାଉଥିଲେ | ନିଶା ନେବା ପରେ ପୀଡିତାଙ୍କ କିଛି ମାନେ ରହୁନଥିଲା | ଏହାର ମଉକା ଉଠାଇ ରାକେଶ ଝିଆରୀ ସହ ଦୁଷ୍କର୍ମ କରି ତାଙ୍କ ଭିଡିଓ ରେକର୍ଡିଙ୍ଗ କରୁଥିଲା | ପୋଲିସ ଅଭିଯୁକ୍ତକୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.