'ମାଆ ହେବା ଯେତିକି ଯନ୍ତ୍ରଣା ଦେଇନି, ତାଠୁ ଅଧିକ ଯନ୍ତ୍ରଣା ପିଲାଙ୍କୁ ବାପାର ପରିଚୟ ଦେବା'

Published By : Prameya-News7 Bureau | July 28, 2020 IST

ବାଲେଶ୍ବର୨୮/୭: କୁଆଁରୀ ହେଲେ ମାଆ।ଖେଳିବା ବୁଲିବା ବୟସରେ ମାତୃତ୍ବ ଲାଭ କରିଛନ୍ତି ଯୁବତୀ। କିଏ ପ୍ରେମରେ, ତ ଆଉ କିଏ ଭ୍ରମରେ ଏହି ଦଶା ଭୋଗୁଛି । ମାଆ ହେବା ତାଙ୍କୁ ଯେତିକି ଯନ୍ତ୍ରଣା ଦେଇନି, ପିଲାଙ୍କୁ ବାପାର ପରିଚୟ ଦେବା ତାଠାରୁ ଅଧିକ ଯନ୍ତ୍ରଣା ସେମାନଙ୍କୁ ଦେଇଛି।

ମଥାରେ ସିନ୍ଦୁର ନାହିଁ, କି ହାତରେ ଶଙ୍ଖା ନାହିଁ । କାଖରେ ପିଲାଙ୍କୁ ଧରି ଏଣେତେଣେ ବୁଲୁଛନ୍ତି ଏମାନେ। ବାହା ବେଦି କଣ ସିନା ସେମାନେ ଜାଣି ନାହାନ୍ତି। ହେଲେ ପିଲାଙ୍କୁ ଲାଳନ ପାଳନ କେମିତି କରନ୍ତି, ସେମାନଙ୍କୁ ବେଶ ଜଣା। ବାଲେଶ୍ବର ସହରର ନାରୀ ସଂଘରେ ଏମିତି ତିନି ଜଣ କୁମାରୀ ମାଆ ନିଜ ସନ୍ତାନକୁ ଧରି ଆଇନ ସହ ଲଢୁଛନ୍ତି। କାହାର ବୟସ ଚଉଦ ବର୍ଷ ତ ଆଉ କାହାର ୧୬ ବର୍ଷ । ତବେ ଏମିତି ଅବସ୍ଥା ଏମାନଙ୍କର କିଏ କଲା ? ଆଇନର ଲମ୍ବା ଲଢେଇରେ ଏମାନଙ୍କୁ କେବେ ମିଳିବ ନ୍ୟାୟ। ଏମାନଙ୍କ ସନ୍ତାନ କାହାକୁ ଆଉ କେବେ ବାପା ବୋଲି ଡାକିବେ।

ଏହି ଆଶା ନେଇ ଏମାନେ ଦିନ କାଟୁଛନ୍ତି । ଆଉ ଦିନ ପରେ ଦିନ ତ ଗଢି ଚାଲିଛି । ଆଉ ଜନ୍ମିତ ସନ୍ତାନ ବି ବଢି ଚାଲିଛି । ଦିନ କେଇଟା ପରେ ଏହି ଶିଶୁ ମାଆକୁ ତା ପିତୃତ୍ବର ପରିଚୟ ମାଗିବ । ଆଉ କୁମାରୀ ମାଆ ନ୍ୟାୟଳୟ ଆଡକୁ ଅଙ୍ଗୁଳି ଦେଖାଇ ନିଜ ଅବୁଝା ପିଲାକୁ ବୁଝାଇ ଦେବ । ତେବେ ଆମ ସମାଜରୁ କେବେ ଆଉ କେମିତି ଦୂର ହେବ ଏହି ବ୍ୟାଧି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.