Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଶବିକତାର ସୀମା ପାର! ଶିଶୁକୁ ଉଲଗ୍ନ କରି ମାଡ ମାରିଲେ, ମନ ଶାନ୍ତି ହେଲାନି ଯେ ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ପକାଇଦେଲେ ସମ୍ପର୍କୀୟ

31/01/2021 at 1:09 PM

ରାଜସମନ୍ଦ ୩୧/୦୧ : ରାଜସ୍ଥାନ ରାଜସମନ୍ଦରୁ ଏକ ନିହାତି ଅମାନବୀୟ ମାମଲା ସାମ୍ନାକୁ ଆସିଛି। ୭ ବର୍ଷ ଶିଶୁ ସହ ଲୋମଟାଙ୍କୁରା ଘଟଣା ସବୁ ସୀମା ପାର କରିଦେଇଛି। ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ଶିଶୁକୁ ଏକ ଛୋଟ ଭୁଲ ପାଇଁ ପଶୁ ଭଳି ଦଣ୍ଡ ଦେଇଛନ୍ତି। ସମ୍ପର୍କୀୟ ଶିଶୁକୁ ଗରମ ଲୁହା ତାର ଓ ସିଗାରେଟରେ ଚେଙ୍କି ଦେଇଛନ୍ତି। ତଥାପି ତାଙ୍କ ମନ ଶାନ୍ତି ହେଲାନି ଯେ ନିରୀହ ଶିଶୁର ନଖ ତାଡି ଦେଲେ। ଶିଶୁକୁ ଉଲଗ୍ନ କରି ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ପକାଇଦେଲେ। ଶିଶୁର ମା’ଙ୍କ ମୃତ୍ୟୁ ପରେ ତା ବାପା ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ବିବାହ କରି ଶିଶୁକୁ ସମ୍ପର୍କୀୟଙ୍କ ପାଖରେ ଛାଡି ସେ ସୁରଟ ଚାଲିଗଲେ।   

ମାମଲା ଭୀମ ଥାନା ଅନ୍ତର୍ଗତ ଥାନେଟା ଗାଁରେ ଘଟିଛି। ଥାନା ଅଧିକାରୀ ଗଜେନ୍ଦ୍ର ସିଂହ କହିଛନ୍ତି, ଶିଶୁ ସହ ଏହିଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗରେ କିଷାନ ସିଂହ ଓ ତାଙ୍କ ପତ୍ନୀ ରେଖାକୁ ଗିରଫ କରାଯାଇଛି। ଏମାନେ ନିରୀହ ଶିଶୁକୁ ଗରମ ଲୁହା ତାର ଦାଗି ଦେଇଥିଲେ, ନଖ ଉପାଡି ଦେଇଛନ୍ତି ଓ ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ପକାଇଦେଇଛନ୍ତି। ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯାଉଛି। ଅଭିଯୁକ୍ତ ଶିଶୁର ବାପାର ସମ୍ପର୍କୀୟ। ଶିଶୁର ବାପା ସୁରଟରେ ଶ୍ରମିକ ଭାବେ କାମ କରନ୍ତି। ସେ ଶିଶୁର ଯତ୍ନ ନେବାକୁ ତାକୁ ଗଜେନ୍ଦ୍ର ସିଂହ ପାଖରେ ଛାଡି ସୁରଟ ଯାଇଥିଲେ।

ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଭାବନା ପାଲିବାଲ କହିଛନ୍ତି ଯେ, ଶିଶୁକୁ ଘରର ସବୁ କାମ କରିବାକୁ କୁହାଯାଉଥିଲା। କାମ କରିବାରେ ସେ କିଛି ବି ଭୁଲ କଲେ ତାଙ୍କୁ ଏହିଭଳି ନିର୍ଦୟୀ ଭାବେ ଦଣ୍ଡ ଦିଆଯାଉଥିଲା ଓ ମାଡ ମରାଯାଉଥିଲା। ତାକୁ ଠିକ ଭାବେ ଖାଇବାକୁ ମଧ୍ୟ ଦିଆଯାଉନଥିଲା। ଏପରିକି ଅଭିଯୁକ୍ତମାନେ ନିରୀହ ଶିଶୁର ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ବି ପକାଇଦେଇଥିଲେ। ନିର୍ଦୟୀ ସ୍ୱାମୀ ସ୍ତ୍ରୀ ଶିଶୁର ହାତ ଗୋଡ ବାନ୍ଧି ତାକୁ ଓଲଟା ଝୁଲାଇ ମାଡ ମାରୁଥିଲେ।

ଶୁକ୍ରବାର ସକାଳେ ଶିଶୁକୁ ଉଲଗ୍ନ କରି ମାରପିଟ କରୁଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବାପରେ ଶିଶୁ କଲ୍ୟାଣ ସଂସ୍ଥା ଗାଁରେ ପହଞ୍ଚିଥିଲା। ସେଠାରେ ପଚରାଉଚୁରା ପରେ ଶିଶୁ ପ୍ରତି ହେଉଥିବା ବର୍ବରତା ସାମ୍ନାକୁ ଆସିଥିଲା। ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ ତଥାପି ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇନଥିଲା। ଶିଶୁକୁ ଥାନାରେ ୮ ଘଣ୍ଟା ବସେଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିନଥିଲା। ପରେ ଆଇନ ସେବା ପ୍ରାଧିକରଣ, ରାଜସମନ୍ଦ ଏବଂ ଏଡିଜେ ନରେନ୍ଦ୍ର କୁମାର ଗେହଲୋଟ ମାମଲାରେ ଦଖଲ ଦେବାପରେ ଏଫଆଇଆର ରୁଜ୍ଜୁ କରିଥିଲା। ଶିଶୁ ବର୍ତ୍ତମାନ ଚାଇଲ୍ଡ ଲାଇନ ପାଖରେ ଅଛି। ଶିଶୁର ମେଡିକାଲ ଯାଞ୍ଚ କରାଯାଇଛି।

   Related Posts