Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସୋସିଆଲ ମିଡିଆରେ ବୁଲିଲା ଆପତ୍ତିଜନକ ଭିଡିଓ, ଲାଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

5/02/2020 at 2:31 PM

ସମସ୍ତିପୁର ୫।୨: ବିହାର ସମସ୍ତିପୁରରେ ଦଲସିଂହସରାୟ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଆପତ୍ତିଜନକ ଭିଡିଓ ଭାଇରାଲ୍ ହେବା ପରେ ୧୫ ବର୍ଷର ନାବାଳିକା ବେକରେ ଶାଢୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି ।

ପରିବାରଲୋକଙ୍କ ସୂଚନା ଅନୁସାରେ ଛାତ୍ର ଜଣଙ୍କ ଶନିବାର ଦିନ ବ୍ୟାଙ୍କ୍ ଯାଇଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କର ଭିଡିଓ ଉତ୍ତୋଳନ କରିଦେଇଥିଲେ । ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଭିଡିଓ ଭାଇରାଲ୍ ହେବା ଜାଣିବା ପରେ ନାବାଳିକା ଜଣଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସମସ୍ତିପୁର ମେଡିକାଲକୁ ପଠାଇଦେଇଛି । ପରିବାରଲୋକ ଗାଁର ଜଣେ ଯୁବକଙ୍କ ନାଁରେ ଭିଡିଓ ଭାଇରାଲ୍ କରିବା ନେଇ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ କହିଛନ୍ତି ଯେ, ଶନିବାର ଦିନ ନବାଳିକାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓକୁ ଆପତ୍ତିଜନକ ସ୍ଥିତିରେ ଉତ୍ତୋଳନ କରାଯାଇଥିଲା ।

   Related Posts