ଏକ ତରଫା ପ୍ରେମ ନେଲା ଜୀବନ ! ଲୋକଲଜ୍ଜାରେ ଆତ୍ମହତ୍ୟା କଲେ ନାବାଳିକା
4/08/2020 at 9:35 AM

କଳାହାଣ୍ଡି ୪।୮: କଳାହାଣ୍ଡିରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ । ଏକ ତରଫା ପ୍ରେମ ନିବେଦନକୁ ନେଇ ମାନସିକ ଚାପରେ ନାବାଳିକା ଜଣଙ୍କ ରଶି ଲଗାଇ ଡାତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ତେଣ୍ଡାପାଲି ପଞ୍ଚାୟତ ଶାଗବାହାଲି ଗାଁର ୧୭ ବର୍ଷର ନାବାଳିକାଙ୍କୁ ପଡୋଶୀ ବହେରା ଗାଁର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ । ଯୁବକ ଜଣଙ୍କ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ ମଧ୍ୟ କରିଆସୁଥିଲେ ।

ଗତ ଶନିବାର ଦିନ ଯୁବକ ଜଣଙ୍କ ତାଙ୍କର କିଛି ସାଙ୍ଗଙ୍କ ସହ ଆସି ଝିଅ ଘରେ ଗଣ୍ଡଗୋଳ ମଧ୍ୟ କରିଥିଲେ । ଯାହାକୁ ନେଇ ଲୋକଲଜ୍ଜାରେ ନାବାଳିକା ଜଣଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି । ପରିବାର ସଦସ୍ୟ ଗୁରୁତର ନାବାଳିକାଙ୍କୁ ଧର୍ମଗଡ ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାପରେ ଖବର ପାଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।