Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

‘ମୋ ସହ ଦୁଷ୍କର୍ମ ହୋଇଛି, ଆଉ ବଞ୍ଚିବାକୁ ଚାହୁଁନି…’ ଏମିତି ମେସେଜ୍ ପଠାଇ ଅଧ୍ୟାପକଙ୍କ ଘରେ ଆତ୍ମହତ୍ୟା କଲେ ଛାତ୍ରୀ, ଅଧ୍ୟାପକକୁ ବାନ୍ଧିଲା ପୋଲିସ

19/05/2021 at 6:43 PM

ଗୌହାଟୀ ୧୯।୫: କଲେଜ ଅଧ୍ୟାପକଙ୍କ ଘରେ ୧୪ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଯୌନ ଉତ୍ପୀଡନ ହେବା ନେଇ ଜଣେ ବନ୍ଧୁଙ୍କୁ ମେସେଜ ପଠାଇବା ପରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆସାମ ଚିରାଙ୍ଗ ଜିଲ୍ଲାର ଏକ କଲେଜର ଜଣେ ଶିକ୍ଷକଙ୍କ ଘରେ ଏଭଳି ଘଟଣା ଘଟିଛି । ବେଙ୍ଗଟୋଲର ଏକ କଲେଜର ସହକାରୀ ପ୍ରଫେସର, ଯାହାଙ୍କ ଘରେ ନାବାଳିକା ପ୍ରାୟ ବର୍ଷେ ହେବ ତାଙ୍କ ଘରେ ରହି ପାଠ ପଢୁଥିଲେ । ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ପୋଲିସ କହିଛି ଯେ, ସୋମବାର ଦିନ ନାବାଳିକାକ ଜଣଙ୍କ ଫାଶୀ ଲଗାଇଦେଇଥିଲେ କିନ୍ତୁ ଘଟଣା ସଂପର୍କରେ ପୋଲିସକୁ କୌଣସି ସୂଚନା ଦିଆଯାଇନଥିଲା । ଅଧ୍ୟାପକ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ଶବଦାହ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଅଟକାଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଦିଆଯାଇଛି ।

ପୋଲିସ କହିଚି ଯେ, ଯାଞ୍ଚ ବେଳେ ଜଣାପଡିଛି ଯେ ନାବାଳିକା ଜଣଙ୍କ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ମାଧ୍ୟମରେ ତାଙ୍କର ଜଣେ ବନ୍ଧୁଙ୍କୁ ମେସେଜ ପଠାଇଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି । ସେଥିପାଇଁ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି । ପ୍ରମାଣ ଲୁଚାଇବା ଏବଂ ପକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା । ସ୍ଥାନୀୟ କୋର୍ଟ ତାଙ୍କୁ ତିନି ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି

   Related Posts