ସେଲ୍‌ଟର ହୋମ୍‌ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | December 01, 2018 IST

ଢେଙ୍କାନାଳ ୦୧|୧୨: ଢେଙ୍କାନାଳ ସେଲଟର ହୋମ୍ ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଗୁଡ ଇଣ୍ଡିଆ ମିସନାରୀ ସଂସ୍ଥା ଖୋଲିଥିବା ଡ୍ରିମ ସେଣ୍ଟର ଇନଚାର୍ଜଙ୍କ ନାଁରେ ସଂଗୀନ ଅଭିଯୋଗ । ଢେଙ୍କାନାଳ ବେଲଟିକିରୀ ଗାଁ ନିକଟରେ ଥିବା ଏହି ସେଣ୍ଟରରେ ନାବାଳକ ଓ ନାବାଳିକାମାନଙ୍କୁ ରଖି ସେମାନଙ୍କୁ ଅସଦାଚରଣ କରୁଥିବା ଗୁରୁତର ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଧାରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ସେଣ୍ଟର ଉପରେ ଚଢାଉ କରାଯାଇଛି ।  ଏହାର ଇନଚାର୍ଜ ସୀମାଞ୍ଚଳ ନାୟକଙ୍କୁ ଢେଙ୍କାନାଳ ସଦର ପୋଲିସ ଗିରଫ କରିଛି । ଏହି ସେଣ୍ଟରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୬ଜଣ ନାବାଳିକାଙ୍କ ସମେତ ମୋଟ୍ ୯୬ଜଣ ଅନାଥ ପିଲାଙ୍କୁ ରଖାଯାଇଛି । ତେବେ ଏହି ସେଣ୍ଟର ଇନଚାର୍ଜ, ଅନ୍ତେବାସୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ । ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.