Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଉପରେ ସାରଙ୍କ ପାପ ନଜର : ନା ମାନେ ନା

13/06/2018 at 9:21 AM

ସମ୍ବଲପୁର ଜିଲ୍ଲା କୁଚିଣ୍ଡ ଉପଖଣ୍ଡ ମହୁଲପାଲି ଥାନା କୁସୁମି ଫାଣ୍ଡି ଅଞ୍ଚଳରେ ଜନୈକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଇଂରାଜୀ ଶିକ୍ଷକ ଅସଦାଚରଣ କରିଥିବା ନେଇ ଫାଣ୍ଡିରେ ପରିବାର ପକ୍ଷରୁ ଅଭିଯୋଗ ପରେ ମଙ୍ଗଳବାର ଜିଲ୍ଲା ବିଜେଡି ସହିଳା ସଂଗଠନର କର୍ମକର୍ତ୍ତ। କୁଚିଣ୍ଡା ଏସ୍ଡିପିଓଙ୍କୁ ସାକ୍ଷାତ ପୁର୍ବକ ଅଭିଯୁକ୍ତକୁ ଗିରଫ ଦାବୀ କରିଛନ୍ତି । ଛାତ୍ରୀ ଜଣକ ସ୍କୁଲର ବାଳିକା ଛାତ୍ରୀବାସରେ ରହୁଥିବା ବେଳେ ଗତ ବାର୍ଷୀକ ପରୀକ୍ଷାର ପାଞ୍ଚ ଦିନ ପୁର୍ବରୁ ସଂପୃକ୍ତ ଶିକ୍ଷକ ମଧ୍ୟାନ୍ନ ଭୋଜନ ସମୟରେ ଷ୍ଟୋର ରୁମ ଖୋଲି ପିଆଜ ଆଣିବାକୁ କହି ଛାତ୍ରୀଙ୍କ ପଛେ ପଛେ ଷ୍ଟୋର ରୁମକୁ ଯାଇଥିଲେ । ସେଠାରେ ଛାତ୍ରୀଙ୍କୁ ଏକାକୀ ପାଇ ତାଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ । ଛାତ୍ରୀ ସେଠାରୁ କୈଶଳ କ୍ରମେ ଖସି ଆସି ଘଟଣା ସହପର୍କରେ ସହପାଠୀ ତଥା ମେଟ୍ରନଙ୍କୁ ଅବଗତ କରାଇଥିଲା । ଘଟଣାକୁ କେନ୍ଦ୍ରକରି ସ୍କୁଲରେ ଏକ ବୈଠକ ମଧ୍ୟ ବସିଥିଲା । ପରେ ଛାତ୍ରୀ ଏସଂପର୍କରେ ଘରେ ପରିବାର ଲୋକଙ୍କୁ ଅବଗତ କରାଇବା ପରେ ପରିବାର ପକ୍ଷରୁ ବହୁ ବିଳମ୍ବରେ ଗତ ସୋମବାର ଦିନ କୁସୁମୀ ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଛି । ଅଭିଯୁକକୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ମହୁଲପାଲି ଥାନାଧିକାରୀ କହିଛନ୍ତି ।

   Related Posts