ଘରେ ଏକୁଟିଆ ଥିବାବେଳେ ନାବାଳିକାଙ୍କୁ ଅସଦାଚାରଣ ଅଭିଯୋଗ, ମାମଲା ରୁଜୁ

Published By : Prameya-News7 Bureau | June 25, 2020 IST

ଜଳେଶ୍ବର ୨୫।୬: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ଘଟିଛି ଏଭଳି ଘଟଣା । ୧୭ ବର୍ଷ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଘରେ ଏକା ଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମର ଜଣେ ଯୁବକ ତାଙ୍କ ଘରେ ପଶିଥିଲେ । ନାବାଳିକାଙ୍କୁ ଏକୁଟିଆ ପାଇ ଯୁବକ ଜଣଙ୍କ ତାଙ୍କ ସହ ଜୋରଜବରଦସ୍ତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ଉକ୍ତ ଯୁବକଙ୍କୁ ଦୌଡିରେ ବାନ୍ଧି ଦେଇଥିଲେ । ଏହାପରେ ଯୁବକଙ୍କୁ ବସ୍ତା ପୋଲିସର ଜିମା ଦେଇଛନ୍ତି । ଏସମ୍ପର୍କରେ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.