ରାଉରକେଲାରେ ନାବାଳିକାଙ୍କୁ ନର୍ସଙ୍କ ଅମାନୁଷିକ ମାଡ ଘଟଣା : କମ୍ପରମାଇଜ କରିବାପାଇଁ ନାବାଳିକା ଓ ତାଙ୍କ ବାପାଙ୍କୁ ମିଳୁଛି ଧମକ ଚମକ

Published By : Prameya-News7 Bureau | July 27, 2019 IST

ରାଉରକେଲା ୨୭|୭: ରାଉରକେଲାରେ  ନାବାଳିକାକୁ, ନର୍ସଙ୍କ  ଅମାନୁଷିକ ମାଡ଼ ଘଟଣାକୁ ବିତିଲାଣି ୧୫ ଦିନ । ହେଲେ ଅଭିଯୁକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । ସେପଟେ ନାବାଳିକା  ଏବଂ ତାଙ୍କ  ବାପାଙ୍କୁ ସିଡବ୍ଲୁସି  ଧମକ ଦେଇଥିବାର ସଂଗୀନ ଅଭିଯୋଗ ବି ଆସିଛି । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ  କରିବେ ବାପ-ଝିଅ । ଆଉ ନ୍ୟାୟ ନମିଳିଲେ ଜୀବନ ହାରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

{"id":137854}

ଭୟରେ ନାବାଳିକା । ଭୟରେ ନାବାଳିକଙ୍କ ବାପା । ନର୍ସ ଅମାନୁଷିକ ଭାବେ ପିଟିଲେ । ଏଭିତରେ ୧୫ ଦିନ ବିତିଲାଣି । ହେଲେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ନାହିଁ । ଆଉ ସେପଟେ ନାବାଳିକା ଏବଂ ତାଙ୍କ ବାପାଙ୍କୁ ମିଳୁଛି ଧମକ ଚମକ । ନର୍ସଙ୍କ  ଘରୁ ସୁନା ଚେନ୍ ଚୋରି କରିଛି ବୋଲି ସ୍ବୀକାର କରିବାକୁ ନାବାଳିକାକୁ ବାଧ୍ୟ କରାଯାଉଛି । ନର୍ସ ନନ୍ଦିତା ବାଗଙ୍କୁ, ବାପା-ଝିଅ କ୍ଷମା ମାଗି  କମ୍ପ୍ରୋମାଇଜ୍ କରିବାକୁ ବାଧ୍ୟ କରାଯାଉଛି । ନଚେତ୍ ବାପାଙ୍କୁ ଜେଲ୍ ପଠାଇ ଦିଆଯିବ ବୋଲି ଧମକ ଦେଇଛି ସୁନ୍ଦରଗଡ଼ ଚାଇଲ୍ଡ ଲାଇନ୍ ଏବଂ ସିଡବ୍ଲୁସି ।   

{"id":137855}

ଗତ ୧୨ ତାରିଖରେ ରାଉରକେଲା ଲାଠିକଟାରେ  ନର୍ସ ବନ୍ଦିତା ବାଗ ନାବାଳିକାକୁ ପିଜୁଳି ଗଛରେ ଚଢ଼ି ପିଜୁଳି ତୋଳିବା ପାଇଁ କହିଥିଲେ । ନାବାଳିକା ମନା କରିବାରୁ ତା ଉପରେ ଆରମ୍ଭ ହୋଇଗଲା ଅକଥନୀୟ ନିର୍ଯାତନା ।  ସାରା ରାତି  ଗୋଢ଼ ହାତ ବାନ୍ଧି ଲୁହା ପାତିଆରେ ମାଡ଼ ମାରିଥିଲେ ନର୍ସ । ପର ଦିନ ନାବାଳିକାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

{"id":137856}

ନାବାଳିକାଙ୍କ ବାପା, ନର୍ସଙ୍କ ବିରୋଧରେ ଲାଠିକଟା ଥାନାରେ ଲିଖତ୍ତ ଅଭିଯୋଗ କରିଥିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଏଯାଏଁ ହୋଇନି । ତେଣୁ ନ୍ୟାୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିବେ ବାପ-ଝିଏ । ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୀବନ ହାରିବେ ବୋଲି ଦେଇଛନ୍ତି  ଚେତାବନୀ ।  ସେପଟେ ପୋଲିସ କହୁଛି କଣ ନା ସାକ୍ଷୀଙ୍କୁ ପଚରାଯାଉଛି । ପ୍ରମାଣ ଖୋଜା ଚାଲିଛି । ଅଭିଯୁକ୍ତଙ୍କୁ ୪୧ ନୋଟିସ୍ ଦିଆଯିବ ସହ ତଦନ୍ତ ଚାଲିଛି ।

ଗରିବ ନାବାଳିକାକୁ ଜଣେ ସେବାକାରିଣୀ ଦରମଲା କଲେ । ହେଲେ ଆଇନର ଗଳା ବାଟ ଦେଇ ତାଙ୍କୁ ଖସାଇ ଦେବାକୁ ଉଦ୍ୟମ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.