ଦିଲ୍ଲୀରେ ଆଉ ଏକ ନିର୍ଭୟା କାଣ୍ଡ: ମନ୍ଦିରକୁ ପ୍ରସାଦ ଖାଇବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ....ଗୁପ୍ତାଙ୍ଗରେ ପ୍ଲାଷ୍ଟିକ ପାଇପ ପୁରାଇଦେଲା ରାକ୍ଷସ

Published By : Prameya-News7 Bureau | September 19, 2018 IST

ନୂଆଦିଲ୍ଲୀ ୧୯/୯ : ଦିଲ୍ଲୀ ସୀମାପୁରୀ ଅଂଚଳରେ ପୁଣି ଏକ ନିର୍ଭୟ କାଣ୍ଡ ଘଟିଛି | ଜଣେ ୭ବର୍ଷ ବୟସ୍କା ନାବାଳିକା ଜଘନ୍ୟ ଦୁଷ୍କର୍ମର ଶିକାର ହୋଇଛି | ନାବାଳିକାର ଅବସ୍ଥା ଗୁରୁତର ଅଛି | ଦିଲ୍ଲୀ ଜିଟିଦି ହସ୍ପିଟାଲରେ ନାବାଳିକାଙ୍କ ଅସ୍ତ୍ରୋପଚାର ହୋଇଛି | ଦିଲ୍ଲୀ ମହିଳା ଆରୋପର ଅଧ୍ୟକ୍ଷା ହସ୍ପିଟାଲରେ ପୀଡିତାଙ୍କ ମା'ଙ୍କୁ ସାକ୍ଷାତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗରେ ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସୀମାପୁରୀ ଅଂଚଳରେ ଉପରୋକ୍ତ ପୀଡିତା ନିଜ ମା'ଙ୍କ ସହ ରହନ୍ତି | ଅତ୍ୟନ୍ତ ଗରିବ ପୀଡିତାଙ୍କ ମା ଅଟୋ ରିକ୍ସା ଚଳାନ୍ତି | ଗର ସୋମବାର ଦିନ ସନ୍ଧ୍ୟାରେ ନିକଟସ୍ଥ ଏକ ମନ୍ଦିରକୁ ନାବାଳିକା ପ୍ରସାଦ ଖାଇବାକୁ ଯାଇଥିଲେ | ସେଠାରେ ନାବାଳିକା ପଡିଶା ଘରେ ରହୁଥିବା ୨୦ ବର୍ଷ ବୟସ୍କ ଯୁବକ ସଲମାନ ଦେଖା ହୋଇଥିଲା | ସଲମାନ ପ୍ରଚୁର ମଦ୍ୟପାନ କରିଥିଲା | ନାବାଳିକାକୁ କୌଣସିମତେ ଫୁସଲାଇ ସଲମାନ ମନ୍ଦିର ନିକଟସ୍ଥ ଏକ ଶୂନଶାନ ପାର୍କକୁ ନେଇ ଯାଇଥିଲା | ସେଠାରେ ନାବାଳିକାଙ୍କ ହାତକୁ ବାନ୍ଧି ଦେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା | ନାବାଳିକା ଏହାର ପ୍ରତିରୋଧ କରିବାକୁ ଉଦ୍ୟମ କରିବାରୁ ସଲମାନ ତାଙ୍କୁ ନିସ୍ତୁକ ମାଡ ମାରିଥିଲା | ଦୁଷ୍କର୍ମ ପରେ ନାବାଳିକାଙ୍କ ଗୁପ୍ତାଙ୍ଗରେ ଏକ ପ୍ଲାଷ୍ଟିକ ପାଇପ ମଧ୍ୟ ଭର୍ତ୍ତି କରିଦେଇଥିଲା | ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡିତାଙ୍କୁ ରାକ୍ଷସ ସଲମାନ ନିସ୍ତୁକ ମାଡ ମାରିବା ସହ ଗୁରୁତର ଅବସ୍ଥାରେ ଛାଡି ଚାଲିଯାଇଥିଲା | ଘରଲୋକମାନେ ନାବାଳିକାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ନାବାଳିକା କୌଣସିମତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପହଞ୍ଚିଥିଲା | ମା'ଙ୍କୁ ସମସ୍ତ କଥା କହିବା ପରେ ପାଖ ପଡିଶା ଲୋକେ ଘଟଣାସ୍ଥଳରେ ପହଂଚିଥିଲେ | ଅଭିଯୁକ୍ତ ସଲମାନ ସେତେବେଳକୁ ମଧ୍ୟ ମନ୍ଦିର ନିକଟସ୍ଥ ପାର୍କରେ ହିଁ ଥିଲା | ସଲମାନକୁ ସ୍ଥାନୀୟ ଲୋକେ ମାଡ ମାରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ | ପୋଲିସ ତୁରନ୍ତ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସୋମବାର ରାତିରେ ହିଁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି | ଅଭିଯୁକ୍ତକୁ ତୁରନ୍ତ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି | ଦିଲ୍ଲୀରେ ନିର୍ଭୟା ଏବଂ ଗୁଡ଼ିଆ ସହିତ ହୋଇଥିବା ଅମାନୁଷିକ କାଣ୍ଡ ଲୋକଙ୍କ ମନରୁ ଲିଭିନଥିବା ବେଳେ ଏହି ଘଟଣା ସମସ୍ତଙ୍କ ମନରେ ଆତଙ୍କ ଖେଳାଇ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.