ପିଶାଚ ପିତା : ସ୍ତ୍ରୀକୁ ନିଦ ଔଷଧ ଦେଇ ଝିଅକୁ କରୁଥିଲା ଦୁଷ୍କର୍ମ
14/09/2018 at 4:05 PM

ମୁଜାଫରନଗର ୧୪/୯ : ସ୍ତ୍ରୀକୁ ପ୍ରତ୍ୟେକ ରାତିରେ ନିଦ ଔଷଧ ଦେଇ ନାବାଳିକା ଝିଅକୁ ଗତ ୬ ମାସ ହେଲା ଦୁଷ୍କର୍ମ କରିଆସୁଥିଲା ପୌଢ଼ ପିତା | ତେବେ ଗତ ରାତିରେ ନିଦ ଔଷଧ ଠିକରେ କାମ ନକରିବାରୁ ସ୍ତ୍ରୀର ନିଦ ଭାଙ୍ଗି ଯାଇଥିଲା ଆଗୁଆ | ନିଜ ଆଖିରେ ମା ଦେଖିଥିଲା ତା’ର ୧୪ ବର୍ଷର ନାବାଳିକା ଝିଅକୁ ସ୍ୱାମୀ କରୁଛି ଦୁଷ୍କର୍ମ | ସ୍ତ୍ରୀ ହାତରେ ଧରା ପଡିଯିବା ପରେ ଦୁଷ୍କର୍ମକାରୀ ସ୍ୱାମୀ ଫେରାର ହୋଇଯାଇଛି | ତେବେ ସ୍ୱାମୀ ବିରୋଧରେ ଥାନାରେ ଏତଲା ଦେଇଛି ସ୍ତ୍ରୀ | ସ୍ୱାମୀ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନରେ ଧାରା ୩୭୯ ଏବଂ ପୋକସୋ ଆଇନ ୫୦୬ ଧାରା ଅନୁସାରେ ମାମଲା ରୁଜ୍ଜୁ ହୋଇଛି |
ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଅନ୍ତର୍ଗତ ବୁଧବା ଅଂଚଳରେ | ପୋଲିସ ମାମଲା ରୁଜ୍ଜୁ କରି ନାବାଳିକାର ଡାକ୍ତରୀ ମାଇନା କରାଇଛି | ଗତ ୬ ମାସ ହେଲା ବାପା ତାକୁ ଦୁଷ୍କର୍ମ କରି ଆସୁଛନ୍ତି ବୋଲି ନାବାଳିକା ପୋଲିସ ନିକଟରେ ପ୍ରକାଶ କରିଛି | ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ବାପା ଧମକ ଦେଇଥିବା ନାବାଳିକା ପ୍ରକାଶ କରିଛି |