ନିଶା ଦେଇ ନାବାଳିକାଙ୍କୁ ଅପହରଣ କରିନେଲେ ୪ ଯୁବକ, ଦୁଷ୍କର୍ମ ସନ୍ଦେହ

Published By : Prameya-News7 Bureau | January 15, 2020 IST

ପଟ୍ଟାମୁଣ୍ଡାଇ ୧୫।୧: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଶାଦେଇ ୪ ଜଣ ଅପହରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ନିଶା ଦେଇ ଏକ ବୋଲେରୋ ଗାଡିରେ ସେମାନେ ଅପହରଣ କରିନେଇଥିଲେ । ନାବାଳିକାଙ୍କ ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିବାରୁ ତାଙ୍କ ସହ କଣ ହୋଇଛି ସେ ବିଷୟରେ ସେ ସଠିକ୍ ଭାବେ କହିପାରିନାହାନ୍ତି ।

{"id":211437,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୨  ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ମାମୁଁ ଘର ଗାଁକୁ ଚାଲିଚାଲି ଯାଇଥିଲେ । ସେହି ସମୟରେ ତାଙ୍କ ଗାଁର ଦୁଇ ଜଣ ଯୁବକ ଓ ଅନ୍ୟ ଗାଁର ଦୁଇ ଜଣ ଯୁବକ ମିଶି ନଦୀପଠାରେ ଭୋଜି କରୁଥିଲେ । ସେମାନେ ନାବାଳିକାଙ୍କୁ ଦେଖି ସେମାନଙ୍କ ପାଖରେ ଥିବା ଏକ ବୋଲେରୋ ଗାଡିରେ ଛାଡି ଦେବାକୁ କହିଥିଲେ ।

{"id":211439,"sizeSlug":"large"}

ତେବେ ନାବାଳିକା ମନାକରିବା ସତ୍ବେ ନାବାଳିକାଙ୍କୁ ଜୋର ଜବରଦସ୍ତ ଗାଡିରେ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ଆଉ ସେଠାରେ ନାବାଳିକାଙ୍କୁ ନିଶା ମିଶା ଥଣ୍ଡା ପିଇବାକୁ ଦେଇଥିଲେ । ପରେ ନାବାଳିକା ଥଣ୍ଡା ପିଇବା ପରେ ଚେତାଶୂନ୍ୟ ହୋଇଯାଇଥିଲେ । ତାପରେ ତାଙ୍କ ସହ କଣ ଘଟିଛି ସେ କହିପାରିନାହାନ୍ତି ।

{"id":211440,"sizeSlug":"large"}

ଚେତା ଫେରିବା ପରେ ନାବାଳିକା ଜଣଙ୍କ ନିଜଘରକୁ ଫେରି ସବୁ କଥା କହିବା ପରେ ନାବାଳିକାଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.