ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ ପାଇଁ ନାବାଳିକାଙ୍କୁ ଯୁବକ ଦେଉଥିଲେ ଧମକ

Published By : Prameya-News7 Bureau | September 24, 2020 IST

ସାଲେପୁର ୨୪।୯: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା କଲେଜ ଛାତ୍ରୀଙ୍କ ସହ ବାରମ୍ବାର ରଖୁଥିଲେ ଶାରୀରିକ ସମ୍ପର୍କ । ଏ ନେଇ ନାବାଳିକା କଲେଜ ଛାତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, କିଶନନଗର ଥାନା ଅଞ୍ଚଳର ଜଣେ ଯୁବକ ସେହି ଗ୍ରାମର ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁଥିଲେ । ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ବାରମ୍ବାର ବ୍ଲାକ ମେଲିଂ ମଧ୍ୟ କରୁଥିଲେ । ତେବେ ଗତ ୨ ତାରିଖ ରାତିରେ ସଂପୃକ୍ତ ଯୁବକ ନାବାଳିକା ଛାତ୍ରୀ ଜଣଙ୍କୁ ଫୋନ କରି ଡାକିଥିଲେ । ଛାତ୍ରୀ ଜଣଙ୍କ ରାଜି ନହେବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ ଛାତ୍ରୀ ଜଣଙ୍କ ରାତିରେ ସଂପୃକ୍ତ ଯୁବକଙ୍କ ପାଖକୁ ଆସିଥିଲେ । ହେଲେ ପରିବାର ଲୋକେ ଖୋଜାଖୋଜି କରିବାରୁ ଯୁବକ ଜଣଙ୍କ ଛାତ୍ରୀ ଜଣଙ୍କୁ ଛାଡି ପଳାଇ ଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକେ ଏକ ଘରୁ ନାବାଳିକାଙ୍କୁ ଉଦ୍ଧର କରିଥିଲେ ।

ଆହୁରି ମଧ୍ୟ ନାବାଳିକା ଛାତ୍ରୀ ଜଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ଜୀବନରୁ ମାରିଦେବା ପାଇଁ ଯୁବକ ଜଣଙ୍କ ଧମକ ଦେଇଥିଲେ । ଶେଷରେ ନ୍ୟାୟ ନ ପାଇ ନାବାଳିକା ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କ ସହ ଆସି ଥାନରେ ସମ୍ପୃକ୍ତ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କିଶନ ନଗର ପୋଲିସ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.