ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା, ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଥିଲେ ବଡ ଭଉଣୀ

Published By : Prameya-News7 Bureau | July 09, 2019 IST

ବାନ୍ଦ୍ରା ୯|୭: ଉତ୍ତରପ୍ରଦେଶ କେବାନ୍ଦା ସହରରେ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ମାମଲାର ବିଚାର କରି କୋର୍ଟ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ କେବାନ୍ଦା ସହରର ଏକ କଲୋନୀରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ନାବାଳିକା ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତାଙ୍କ ବାପା ତାଙ୍କୁ ମାରପିଟ୍ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ନାବାଳିକାଙ୍କ ଅଭିଯୋଗ ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । କୋର୍ଟ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।

ପୀଡିତାଙ୍କ କହିବା ଅନୁସାରେ ପୂର୍ବରୁ ସେ ତାଙ୍କ ବାପାଙ୍କ ସହ ରାଜସ୍ଥାନ କାମ କରିବାକୁ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କ ବାପା ତାଙ୍କୁ ମାରପିଟ୍ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଆଗରୁ ତାଙ୍କ ବଡ ଉଭଣୀଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମଧ୍ୟ ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.