ପୁଣି ଲଜ୍ଜା : ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | December 22, 2019 IST

ନିଶ୍ଚିନ୍ତକୋଇଲି ୨୨।୧୨: ପୁଣି ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି  । କଟକ ଜିଲ୍ଲା ନେମାଳ ଥାନା ଗୋପୀନାଥପୁର ଅଞ୍ଚଳରେ ଏପରି ଲଜ୍ଜାକର ଘଟଣା ଘଟିଛି । ଦୁଷ୍କର୍ମ ଅଭିଯୋଗରେ ପଡୋଶୀ ଘର ଜଣେ ବ୍ୟକ୍ତି ଥାନାରେ ଅଟକ ରଖିଛି ପୋଲିସ ।

{"id":201210,"sizeSlug":"large"}

ସୂଚନାଯୋଗ୍ୟ ଯେ, ଘରେ କେହି ନଥିବାର ସୁଯୋଗ ନେଇ ପଡେଶୀ ଘର ଜଣେ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।  ଏନେଇ ନାବାଳିକାର ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତିକରି କେଶ ରୁଜୁ କରିବା ସହ ନାବାଳିକାର ବୟାନ ରେକର୍ଡ କରିଛି । ପରେ ନାବାଳିକାର ଡାକ୍ତରୀମାଇନା ମଧ୍ୟ କରାଯାଇଛି । ନେମାଳ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା।

{"id":201215,"sizeSlug":"large"}

ତେବେ ସୂଚନା ମୁତାବକ ନାବାଳିକାର ସ୍ବାସ୍ଥ୍ୟବସ୍ଥା ଖରାପ ଥିବା କୁହାଯାଉଥିବା ବେଳେ ସେ ଚିକିତ୍ସା ପରେ ଭଲଥିବା ଜଣାଯାଇଛି।ଅନ୍ୟପଟେ ଏଭଳି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ କରିବା  ସହିତ ନ୍ୟାୟ ପ୍ରଦାନ କରିବାକୁ ନାବାଳିକାର ପରିବାର ପକ୍ଷରୁ ଦାବୀ ହୋଇଛି। ତେବେ ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଆଇନଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଲେପୁର ଏସ୍‌ଡିପିଓ ପରୋକ୍ଷରେ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.