ମଧ୍ୟପ୍ରଦେଶରେ “ନିର୍ଭୟା” : ବସ୍ ଭିତରେ ନାବାଳିକାକୁ ଦୁଷ୍କର୍ମ

Published By : Prameya-News7 Bureau | December 27, 2019 IST

ଭୋପାଳ ୨୭।୧୨: ବସ୍‌ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାଟି  ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ବେଓ୍ବାର ଅଞ୍ଚଳରେ । ପୋଲିସ ଏହି ଘଟଣାରେ ତଦନ୍ତ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗୁରୁବାର ଦିନ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ଝିଅ ଇନ୍ଦୋର ଯାଉଥିବା ସମୟରେ ନିଖୋଜ ହୋଇଯାଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତ ସମୟରେ ବେଓ୍ବାର ଅଞ୍ଚଳରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ୍‌ରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୀଡିତା ନାବାଳିକାଙ୍କ ବୟାନନୁସାରେ ଜଣେ ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ପୋଲିସ ଉପଖଣ୍ଡ ଅଧିକାରୀଙ୍କ କହିବାନୁଯାୟୀ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । IPC ଧାରା ଅନୁସାରେ ଉଭୟଙ୍କ ଉପରେ ମାମଲା ରୁଜୁ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.