ନାବାଳିକା ଝିଆରୀକୁ ମଉସାର ଦୁଷ୍କର୍ମ ଉଦ୍ୟମ : ପାଟି କରିବାରୁ ମାଉସୀ ସହ ମିଶି ଛୁରୀ ମାରିଲା ମଉସା

Published By : Prameya-News7 Bureau | December 04, 2019 IST

ରାଉରକେଲା ୪।୧୨: ରାଉରକେଲାରେ ପୁଣି ଲଜ୍ଜା । ନିଜ ସମ୍ପର୍କୀୟ ମଉସାଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ନାବାଳିକା ।ଦୁଷ୍କର୍ମ ଉଦ୍ୟମ କଲେ , ଆଉ କଥା ପ୍ରଘଟ ନକରିବାକୁ କହି ଛୁରୀରେ ଆକ୍ରମଣ ମଧ୍ୟ କଲେ । ଅନେକ ଦିନ ହେବ ନାବାଳିକାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

{"id":193791,"sizeSlug":"large"}

ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିରେ ଜଣେ ନାବାଳିକାଙ୍କୁ ତାଙ୍କ ମଉସା ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣଙ୍କ ବିରୋଧ କରି ଦୌଡି ପଳାଇ ଯିବାକୁ ଚେଷ୍ଟା କରିବାବେଳେ ଏକ ଛୁରୀରେ ମଉସା ମାଉସୀ  ତାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ଏବେ ସହରର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆକ୍ରମଣରେ ନାବାଳିକାଙ୍କ ଆଖି ପାଖରେ ଗଭୀର କ୍ଷତ ହୋଇଛି । ନାବାଳିକା ଜଣଙ୍କ ଏ ନେଇ ପ୍ଲାଣ୍ଟସାଇଟ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏପରିକି ଉକ୍ତ ନାବାଳିକାଙ୍କର କେତେକ ଆପତ୍ତିଜନକ ଫଟୋ ମଧ୍ୟ ତାଙ୍କ ମଉସାଙ୍କ ମୋବାଇଲ ଫୋନରେ ଉଠାଇ ରଖିଛନ୍ତି ।

{"id":193792,"sizeSlug":"large"}

ନାବାଳିକା ଜଣଙ୍କ ବସ୍ତିର ଜଣେ ମହିଳା ସ୍ବେଚ୍ଛାସେବୀଙ୍କ ସହାୟତାରେ ଥାନାକୁ ଯିବା ବେଳେ ତାଙ୍କ ମାଉସୀ ଅଟକାଇଥିଲା । ଏପରିକି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅଭିଯୁକ୍ତଙ୍କ ପରିବାର ଲୋକ ଆକ୍ରମଣ କରିଥିଲେ। ପୀଡିତାଙ୍କ ଅଭିଯୋଗ ଅନୁସାରେ ଏହା ପୂର୍ବରୁ ମଧ୍ୟ ନାବାଳିକାଙ୍କ ମଉସା ଦୁଷ୍କର୍ମ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏଭଳି ଘଟଣାକୁ କାହା ଆଗରେ ପ୍ରକାଶ କଲେ ନାବାଳିକାଙ୍କ ସାନ ଭାଇକୁ ଜୀବନରୁ ମାରିବା ପାଇଁ ଧମକ ଦିଆଯାଉଥିଲା । ନାବାଳିକା ଜଣଙ୍କ ଡରିଯାଇ କାହାକୁ କିଛି କହି ନଥିଲେ।

{"id":193793,"sizeSlug":"large"}

ହେଲେ ଗତକାଲି ନାବାଳିକାଙ୍କୁ ତାଙ୍କ ମଉସା ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ବେଳେ ନାବାଳିକା ଜଣଙ୍କ ଡରି ଘରୁ ଦୌଡି ପଳାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିଜ ସୁରକ୍ଷା ଦାବି କରିଛନ୍ତି ନାବାଳିକା । ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.