ଲଜ୍ଜା : ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲା ପଡୋଶୀ ! ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 04, 2019 IST

ନିଆଳି ୦୪।୧୨: କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରେ ଆଠବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ନିଆଳି ଥାନା ପୋଲିସ । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

{"id":193677,"sizeSlug":"large"}

ସୂତନାଯୋଗ୍ୟ ଯେ,  ନିଆଳି ଥାନା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି ।  ନାବାଳିକାକୁ ନିଜର ଜଣେ  ସଂପର୍କୀୟ ପଡ଼ୋଶି ଭାଇ ଦୁଷ୍କର୍ମ କରିଥିବା ନିଆଳି ଥାନାରେ ଅଭିଯୋଗ କରାଯାଇଛି  । ଗତ ରବିବାର ଦିନ ସଂଧ୍ୟା ବେଳେ ଝିଅଟି ଖେଳୁଥିବା ବେଳେ ତାକୁ ଏକୁଟିଆ ପାଇଁ ଯୁବକ ଜଣଙ୍କ ପାଖକୁ ଡାକି ଦୁଷ୍କର୍ମ  ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି ।  ଘଟଣାକୁ ସମାଧାନ ପାଇଁ ଗାଁରେ ସଭା ଡକା ଯାଇଥିଲେ  । କିନ୍ତୁ ସମସ୍ୟାର  ସମାଧାନ  ନହେବାରୁ ଝିଅର ମା ନିଆଳି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ ଆଜି କୋର୍ଟ ଚାଲଣ କରାଯିବ ବୋଲି ନିଆଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.