ଲଜ୍ଜା : ନବମ ଶ୍ରେଣୀ ଛାତ୍ରୀଙ୍କୁ ପଡୋଶୀ କଲା ଦୁଷ୍କର୍ମ ! ଅଭିଯୁକ୍ତ ଥାନାରେ ଅଟକ
29/11/2019 at 12:12 PM

ବାଲିଗୁଡା ୨୯।୧୧: ପୁଣି କନ୍ଧମାଳରେ ଲଜ୍ଜା । ବାଲିଗୁଡା ତୁମୁଡିବନ୍ଧରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ତୁମୁଡିବନ୍ଧ ପୋଲିସ । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ତୁମୁଡିବନ୍ଧ ରାମପୁର ଛକରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ପଡୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୯ଟାରୁ ୧୦ଟା ସମୟରେ ପୀଡିତା ଘରବାରଣ୍ଡାରେ ଏକୁଟିଆ ଥିବା ଦେଖି ପଡୋଶୀ ଶମ୍ଭୁ ମହାରଣା ନାମକ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ପାଟିଶୁଣି ପୀଡିତାଙ୍କ ମା’ ଘରୁ ବାହାରି ଆସି ପୀଡିତାଙ୍କୁ ଉଦ୍ଧାର କରିବା ସହ ତୁମୁଡିବନ୍ଧ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।