ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଯବାନଙ୍କ ଶାରୀରିକ ସଂପର୍କ ଅଭିଯୋଗ, ଥାନାରେ ଏତଲା

Published By : Prameya-News7 Bureau | October 17, 2019 IST

ବଣାଇ ୧୭|୧୦: ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନାକଲେ ଆର୍ମି ଯବାନ । ଫଳରେ ନାବାଳିକା ଜଣଙ୍କ ଲହୁଣୀପଡା ଥାନାରେ ଏତଲା ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳରେ ।

{"id":171022}

ସୂଚନାଯୋଗ୍ୟ ଯେ, ଲହୁଣୀପଡା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ମାଉସୀ ଘର ବାରକୋଟ ଥାନା ମସିନ୍ଦା ଗ୍ରାମକୁ ଯିବାଆସିବା କରିଥାନ୍ତି । ସେହି ଗ୍ରାମର ଜଣେ ଜନୈକ ଯୁବକ ତଥା ଆର୍ମି ଯବାନଙ୍କ ସହ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଉକ୍ତ ଯୁବକ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନରେ ହୋଟେଲରେ ରାତ୍ରିଯାପନ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ନାବାଳିକା । ପରେ ବିବାହ କରିବାକୁ ମନା କରିବାରୁ ନାବାଳିକା ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଏତଲା ଗ୍ରହଣ କରି ଡାକ୍ତର ମାଇନା ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.