ଯାତ୍ରା ପାର୍ଟିରେ ନାଚ ଶିଖାଇବାର ବାହାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ! ଦୁଇ କଳାକାର ଅଟକ

Published By : Prameya-News7 Bureau | November 22, 2019 IST

ନିଶ୍ଚିନ୍ତକୋଇଲି ୨୨।୧୧: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଯାତ୍ରା ପାର୍ଟିର ଦୁଇ ଜଣ କଳାକାର ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି ।

{"id":187963,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଏକ ଯାତ୍ରୀ ପାର୍ଟିରେ ନାଚ ଶିଖାଇବା ବାହାନାରେ ଯାତ୍ରା ପାର୍ଟିର ଦୁଇ ଜଣ କଳାକାର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାରଲୋକ ଝିଅକୁ ନପାଇ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ଗଛ ମୂଳରୁ ସକାଳୁ ଝିଅକୁ ପାଇଥିଲେ । ପରିବାର ଲୋକ ମୁମୂର୍ଷୁ ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

{"id":187964,"sizeSlug":"large"}

ଅନ୍ୟପଟେ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ନେମାଳ ପୋଲିସ ଯାତ୍ରା ପାର୍ଟିର ଦୁଇ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.