ପୁଣି ଗଣଦୁଷ୍କର୍ମର ଶୀକାର ହେଲେ ନାବାଳିକା ! ନାବାଳକଙ୍କ ସମେତ ୩ ଥାନାରେ ଅଟକ

Published By : Prameya-News7 Bureau | November 17, 2019 IST

ବଣାଇ ୧୭।୧୧: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଟେନସା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

{"id":185554,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଟେନସା ଅଞ୍ଚଳର ଜଣେ ନାବାଳିକା ଏକ ନିର୍ବନ୍ଧ ଭୋଜିକୁ ଯାଇଥିଲେ । ତେବେ ଭୋଜିରୁ ଫେରୁଥିବା ବେଳେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଅଭିଯୋଗ ଅନୁଯାୟୀ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରି ପୋଲିସ ଦୁଷ୍କର୍ମ ଅଭିଯୋଗରେ ଲହୁଣୀପଡା ପୋଲିସ ୩ ଜଣଙ୍କୁ ଅଟକ ରଥି ପଚରାଉଚରା କରୁଛି । ଅଟକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.