Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଛାତ୍ରୀଜଣକ କାନ୍ଦିକାନ୍ଦି କହିଲା , ମାର୍କ ବଢ଼େଇବା ଲାଗି ପ୍ରିନ୍ସିପାଲ କଲେ ଏପରି କାମ…..

24/12/2018 at 6:17 PM

ଚଣ୍ଡିଗଡ଼ ୨୪/୧୨- ଗୁରୁ ଶିଷ୍ୟ ପରମ୍ପରାରେ ଏବେ କଳଙ୍କ । ଆଜିକାଲି ଛାତ୍ରୀ ବି ସୁରକ୍ଷିତ ନୁହଁନ୍ତି ଶକ୍ଷକଙ୍କ ପାଖରେ । ଅନେକ ଛାତ୍ରୀ ସ୍କୁଲର ଶିକ୍ଷକଙ୍କ ଦ୍ଵାରା ଯୌନ ନିର୍ଯ୍ୟାତନାରେ ଶିକାର ହେବାର ଉଦାହରଣ ବି ଅଛି । ସେମିତି ଏକ ଘଟଣା । ଜଣେ ଛାତ୍ରୀ ପରୀକ୍ଷାରେ ମାର୍କ ବଢ଼ାଇବାକୁ କହିବାରୁ ପ୍ରିନ୍ସିପାଲ କରିଛନ୍ତି ଏହିଭଳି କାମ । 

ଚଣ୍ଡିଗଡ଼ର ଶାସ୍ତ୍ରୀନଗର ଅଂଚଳର ଏକ ଘୋରେଇ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଛାତ୍ରୀଜଣକ ପରୀକ୍ଷାରେ ଭଲ କରି ନଥିବାରୁ କମ୍ ନମ୍ବର ରଖିବାର ଆଶଙ୍କା ଥିଲା । ସେ ପରୀକ୍ଷାରେ ଭଲ କରି ନଥିବାରୁ ତା ବାପାଙ୍କୁ ବି ଭୟ କରୁଥିଲା । ସେଥିପାଇଁ ସେ ପ୍ରିନ୍ସିପାଲଙ୍କୁ ଏବାବଦରେ ଜଣାଇଥିଲା । ପ୍ରିନ୍ସିପାଲ ଛାତ୍ରୀଙ୍କ ଦୁର୍ବଳତାର ସୁଯୋଗ ନେଇ ତାଙ୍କସହ ସଂପର୍କ ରଖିଲେ ମାର୍କ ବଢ଼ାଇଦେବା କଥା କହିଥିଲେ । ଛାତ୍ରୀଙ୍କୁ ମଧ୍ୟ ବିଭିନ୍ନ ଅଶାଳୀନ ବ୍ୟବହାର କରିଥିଲେ । ଯାହାଫଳରେ ଛାତ୍ରୀ ଜଣକ କାହାକୁ କହିପାରି ନଥିଲେ ।

 ଏ ସଂପର୍କରେ ଛାତ୍ରୀଜଣକ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ଇନିସପେକ୍ଟର ତଦନ୍ତ ଜାରି ରଖିଛନ୍ତି । କହିଛନ୍ତି ,ଘଟଣାର ସତ୍ୟାସତ ଜାଣିବାପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଘଟଣା ବାବଦରେ ଛାତ୍ରୀ ଜଣକ କାନ୍ଦିକାନ୍ଦି ତା ମମି ଆଗରେ ପ୍ରକାଶ କରିଥିଲା, ଯାହାକୁ ଆଧାର କରି ପୋଲିସ ମାମଲାକୁ ଆଗକୁ ନେଇଛି ।   

   Related Posts