Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆର୍ମି କ୍ୟାପଟନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲା ନାବାଳିକା ଛାତ୍ରୀ

23/03/2019 at 6:02 PM

ଗୁରୁଗାଁଓ ୨୩/୩- ଜଣେ ଆର୍ମି କ୍ୟାପଟନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲା ନାବାଳିକା ଛାତ୍ରୀ । ଏଭଳି ସଂଙ୍ଗୀନ ଅଭିଯୋଗ ଆସିଛି ନୂଆଦିଲ୍ଲୀର ଗୁରୁଗାଁଓ ଅଂଚଳରୁ ।

ଜଣେ ନାବାଳିକାକୁ ବାହାନା ଦେଖାଇ ଫୁସୁଲେଇ ଡ଼ାକି ନେଇଥିଲେ ଆର୍ମି କ୍ୟାପଟନ । ଜୟପୁରର ଏହି ନାବାଳିକା ଏକ ବିବାହ ଭୋଜିରେ ଯୋଗଦେବାକୁ ସାଙ୍ଗଘରକୁ ଆସିଥିଲେ । ସେଠାରେ କ୍ୟାପଟନଙ୍କ ସହ ଦେଖାସାକ୍ଷାତ ଓ ପରିଚୟ ହୋଇଥିଲା । ବାହାରକୁ ବଲାଇ ନେବାକୁ କହି କ୍ୟାପଟନ ଏକ ହୋଟେଲକୁ ନେଇଯାଇଥିଲେ । ସେଠାରେ ବଳପୂର୍ବକ ତାଙ୍କୁ କରିଥିଲେ ଦୁଷ୍କର୍ମ । ଏହିଘଟଣା ଜୟପୁର ଫେରିଯିବା ପରେ ପରିବାର ନିକଟରେ କହିଥିଲେ । ପରିବାରଲୋକ ଦୁଷ୍କର୍ମକାରୀଂକ ବିରୋଧରେ ଏତାଲା ଦେଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଚଳାଇଛି ଖାନତଲାସ ।

ଏହି ଘଟଣାରେ ମୂଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ଆଡ଼େ ଛାନଭିନ୍ କରୁଛି ପୋଲିସ । ପୀଡ଼ିତାଙ୍କୁ ଡ଼ାକ୍ତରୀ ମାଇନା କରିବା ସହ  ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଛି ପୋଲିସ ।

   Related Posts