୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ! ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲା କୋକସରା ପୋଲିସ

Published By : Prameya-News7 Bureau | May 30, 2019 IST

-ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

-ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର କଲା ପୋଲିସ

-ନାବାଳିକାକୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

-କୋକସରା ଥାନା ସାରଙ୍ଗପଡା ଗାଁର ଘଟଣା

-ଗତ ଦୁଇ ଦିନ ହେବ ନାବାଳିକାକୁ ଅପହରଣ କରି ନେଇଥିବା ନାବାଳିକା ପରିବାର ପକ୍ଷରୁ ସୂଚନା

କଳାହାଣ୍ଡି ୩୦|୫: କଳାହାଣ୍ଡି ଜିଲ୍ଲା କୋକସରା ଅଂଚଳରୁ ପୋଲିସ ଆଜି ଜଣେ ୧୬ବର୍ଷ ବୟସ୍କା ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଛି । ନବାଳିକାଙ୍କୁ ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ୧୬ ବର୍ଷିଆ ଏହି ନାବାଳିକାକୁ ଜଣେ ଯୁବକ ଅପହରଣ ଓ ଦୁଷ୍କର୍ମ ପରେ ମୁମୂର୍ଷୁ ଅବସ୍ଥାରେ ଆଣି ଫିଙ୍ଗିଦେଇ ଚାଲିଯିବା ପରେ ଖବର ପାଇ କୋକସରା ପୋଳିସ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡିଛି।

{"id":117523}

କୋକସରା ଥାନା ସାରଙ୍ଗପଡା ଗ୍ରାମର ଜଣେ ୧୬ ବର୍ଷ ବୟସ୍କା ନାବାଳିକା କିଶୋରୀଙ୍କୁ ଗତ ଦୁଇଦିନ ତଳେ କାଶିବାହାଲ ଗ୍ରାମର ଯୁବକ ବିଶ୍ବ ସରାବୁ କିଛି ସାଙ୍ଗଙ୍କ ସହ ମିଶି ଅପହରଣ କରି ନେଇ ଯାଇଥିଲା ।  ଅପହରଣ ପରେ ନାବାଳିକା ସହିତ ଦୁଷ୍କର୍ମ କରିବା ସହ ଆଜି ସକାଳେ ସାରଙ୍ଗପଡା ଗାଁ ନିକଟରେ ମୁମୂର୍ଷୁ ଅବସ୍ଥାରେ ଫିଙ୍ଗିଦେଇ ଚାଲି ଯାଇଥିଲା ବୋଲି ପିଡୀତାଙ୍କ ବାପା ପୋଲିସ ନିକଟରେ  ଅଭିଯୋଗ କରିଛନ୍ତି। ଅନ୍ୟପଟେ କୋକସରା ପୋଲିସ ପିଡୀତା ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାରେ ଭର୍ତି କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଉତ୍ତମ ସାହୁ ସୂଚନା ଦେଇଛନ୍ତି।

{"id":117522}

ଅଦ୍ୟାବଧି କାହା ବିରୋଧରେ ମାମଲା ରୁଜ୍ଜୁ ହୋଇନଥିବାବେଳେ ପିଡୀତା ସାମାନ୍ୟ ସୁସ୍ଥ ହେବାପରେ ତାଙ୍କ ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । ଅଭିଯୁକ୍ତ ଏହି କାଣ୍ଡ ଘଟାଇବାପରେ ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.