Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଭାଇ-ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ : ନାବାଳିକା ଭଉଣୀ ସହ ଶାରିରୀକ ସଂପର୍କ ରଖୁଥିଲା ନାବାଳକ ଭାଇ, ପୀଡିତା ଏବେ ୨ ମାସର ଗର୍ଭବତୀ

1/12/2020 at 9:35 AM

ରାଉରକେଲା ୧।୧୨: ପବିତ୍ର ଭାଇ-ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ । ନାବାଳିକା ଭଉଣୀ ସହ ନାବାଳକ ଭାଇ ବାରମ୍ବାର ରଖୁଥିଲେ ଅବୈଧ ଶାରୀରିକ  ସଂପର୍କ । ଆଉ ଶେଷରେ ନାବାଳିକା  ଉଉଣୀ ହୋଇଛି ଦୁଇ ମାସର ଗର୍ଭବତୀ । ଏଭଳି ଘଟଣା ଶୁଣିଲେ ଯିଏ କେହି ବି ତାଜୁବ ହୋଇଯିବେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼। ଥାନା ପାଟମୁଣ୍ଡା ପଞ୍ଚାୟତ କଦମଡ଼ହି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁସାରେ ବଡ଼ ବାପା ପୁଅ (ନାବାଳକ) ନିଜ ଦାଦାଙ୍କ ଝିଅ (ନାବାଳିକା) ସହ ପ୍ରତ୍ୟେକ ରାତିରେ ଜୋରଜବରଦସ୍ତି ଅବୈଧ ଶାରିରୀକ ସଂପର୍କ ରଖିଆସୁଥିଲା । ତେବେ ଏକଥା କାହା ଆଗରେ ପ୍ରକାଶ କଲେ ମା’-ବାପାଙ୍କୁ ହତ୍ୟା କରିବ ବୋଲି ନାବାଳିକାଙ୍କୁ ଧମକ ମଧ୍ୟ ଦେଇ ଆସୁଥିଲା ।

ନାବାଳିକାଙ୍କୁ ନେଇ ମା’-ବାପାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ବାପା-ମା’ ଝିଅକୁ ପଚାରିବାରୁ ନାବାଳିକା ଜଣଙ୍କ ସବୁ ସତ କଥା ଖୋଲିକି କହିଥିଲା । ଏକଥା ଶୁଣିବା ପରେ ନାବାଳିକା ଝିଅକୁ ନେଇ ବାପା-ମା’ ଡ଼।କ୍ତରଖାନା ଯାଇଥିଲେ । ନାବାଳିକା ଜଣଙ୍କ ଦୁଇ ମାସର ଗର୍ଭବତୀ ହୋଇଥିବା ସେଠାରେ ନାବାଳିକା ଜଣଙ୍କ କହିଥିଲେ ।

ଏହାକୁ ନେଇ ସୋମବାର କୋଇଡ଼। ଥାନାରେ ନାବାଳିକାଙ୍କ ବାପା-ମା’ ଲିଖିତ ଅଭିଯୋଗ କରିବା ପରେ କୋଇଡ଼। ପୋଲିସ ନାବାଳକକୁ ନିଜ ହେପାଜତରେ ନେଇ ବାଳ ସୁଧାର ଗୃହକୁ ପଠାଇଦେଇଛି । ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବାପା-ମା’ ଏବେ ଚିନ୍ତାରେ । 

   Related Posts