ସମ୍ବଲପୁର ୨୦।୦୧: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାଏବ ସରପଞ୍ଚ ଗିରଫ। ସମ୍ବଲପୁର ଧମା ଥାନା ଅନ୍ତର୍ଗତ ସାହାସପୁର ପଞ୍ଚାୟତର ନାଏବ ସରପଞ୍ଚ ଆଲୋକ ବେହେରାଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ ଧମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ସାହାସପୁର ନାଏବ ସରପଞ୍ଚ ଆଲୋକ ବେହେରା ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ନାଏବ ସରପଞ୍ଚକୁ ଗିରଫ କରିଛି। ୧୪ ତାରିଖରେ ସମ୍ପୃକ୍ତ ନାବାଳିକା ଘରୁ ନିଜ କୁଆଡେ ନିଖୋଜ ହୋଇଯାଇଥିଲେ। ତେବେ ତାଙ୍କର ମାଁ ଧମା ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। ପରେ ଝିଅ ଆଜି ମିଳିବା ପରେ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ। ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ ପରେ ସମ୍ପର୍କୀୟ ଘରେ ଛାଡି ଦେଇଥିଲା ଅଭିଯୁକ୍ତ।