Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ଅଧିକ ସମୟ ମାଗିଲେ ଜଗି ପଣ୍ଡା

17/10/2020 at 12:02 PM

ଭୁବନେଶ୍ୱର ୧୭।୧୦: ସମୟ ନେଲେ ଓଟିଭି ଏମ୍ ଡି । ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍ ଡିଙ୍କୁ ଜେରା ସମୟ ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ ଜେରା କରିବା ପାଇଁ ଜଗି ମଙ୍ଗତ ପଣ୍ଡା ମଧ୍ୟ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ଦିନ ୧୧ଟାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବାକୁ ଜଗି ପଣ୍ଡାଙ୍କୁ ନୋଟିସ ହୋଇଥିଲା । ତେବେ ଇ-ମେଲ ଜରିଆରେ ତଦନ୍ତକାରୀ ଅଧିକାରୀଙ୍କୁ ସମୟ ନେବାକୁ ସେ ଅନୁରୋଧ କରିଥିଲେ । ଘଟଣା ନେଇ ଫୋନ ଯୋଗେ ଓଟିଭି ଏମ୍‌ଡିଙ୍କୁ ଅଭିଯୋଗ ପରେ,  ସେ ମାମଲାକୁ ଚପାଇବାକୁ ଚେଷ୍ଟା କରିଥିବା ପୀଡିତା ନାବାଳିକାଙ୍କ ମାଆ କହିଛନ୍ତି । ମାମଲାରେ ହାଜର ହେବା ଲାଗି ଗତକାଲି କ୍ରାଇମବ୍ରାଞ୍ଚ ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି କରିଥିଲା । ପୂର୍ବରୁ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମହିଳା କମିଶନଙ୍କ ଆଗରେ ହାଜର ହେବା ସହ ନିଜ ପ୍ରତିନିଧିଙ୍କ ଜରିଆରେ ପକ୍ଷ ରଖିଥିଲେ ଜଗି ମଙ୍ଗତ ପଣ୍ଡା ।

   Related Posts