ଦିଲ୍ଲୀରେ ୧୬ ବର୍ଷ ବୟସ୍କା ନା ବାଳିକାକୁ ଗଣ ଦୁଷ୍କର୍ମ, ୧୨ ଘଣ୍ଟାକାଳ ବନ୍ଧକ ରଖିଥିଲେ ଦୁର୍ବୃତ୍ତ

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ଚାକିରୀ ଅନୁସନ୍ଧାନରେ ଆସିଥିବା ଏକ ୧୬ ବର୍ଷ ବୟସ୍କା ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଛି। ପଶ୍ଚିମ ଦିଲ୍ଲୀରେ ଘଟିଥିବା ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରବି (୨୫) ଓ ଅଙ୍କିତ (୨୪)। ଝିଅଟିକୁ ଚାକିରୀ କରାଇଦେବେ କହି ସେମାନେ ବସଇ ଦାରାପୁର ଇଏସଆଇ ହସ୍ପିଟାଲ ପରିସରରେ ଥିବା ପରିତ୍ୟକ୍ତ ଫ୍ଲାଟରେ ୧୨ଘଣ୍ଟା ଅଟକ ରଖି ଦୁଷ୍କର୍ମ କରିଥିଲେ।  

ପରିତ୍ୟକ୍ତ ଫ୍ଲାଟକୁ ରବି ଓ ଅଙ୍କିତଙ୍କ ଯିବା ଆସିବା ଦେଖି ହସ୍ପିଟାଲର ସିକ୍ୟୁଟି ସନ୍ଦେହ କରିଥିଲେ। ସେଠାକୁ ଯାଇ ଦେଖିବା ବେଳକୁ ନାବାଳିକାଙ୍କୁ  ବେହୋସ ଅବସ୍ଥାରେ ଦେଖିଥିଲେ। ଘଟଣାନେଇ ସେ  ସୂଚିତ କରିବା ପରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ନାବାଳିକା ଏବେ ତାଙ୍କ ନିଜ ନାଁ ଠିକଣା ବି କହି ପାରୁନାହାନ୍ତି।

ତେବେ ଗତ ସୋମବାର ସେ ଇଏସଆଇ ହସ୍ପିଟାଲ ନିକଟସ୍ଥ ଶିବାଜୀ ପାର୍କରେ ବସିଥିବା ବେଳେ ଯୁବକ ୨ ଜଣ ତାଙ୍କ ନିକଟକୁ ଆସି ତାଙ୍କ ସହ କଥାବାର୍ତ୍ତା କରିଥିଲେ । ନାବାଳିକା ଆୟା ଭାବେ କାମ କରୁଥିବା ସେମାନଙ୍କୁ କହିଥିଲା । ସେ ଚାକିରୀ ଖୋଜୁଥିବା କହିବାରୁ ଯୁବକ ୨ ଜଣ ତାଙ୍କୁ ପାଲାପାଲି କରି ହସ୍ପିଟାଲ ପରିସରରେ ଥିବା ପରିତ୍ୟକ୍ତ ଫ୍ଲାଟକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଅଟକ ରଖି ବାରମ୍ବାର ତାଙ୍କ ସହ ଦୁଷ୍କର୍ମ କରିଥିବା ନାବାଳିକା କହିଛନ୍ତି।  ପୋଲିସ ପଚରା ଉଚରା ବେଳେ ୨ ଅଭିଯୁକ୍ତ ବସଇ ଦାରାପୁର ଅଞ୍ଚଳର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.