ମହାରାଷ୍ଟ୍ରରେ୨୪ ଘଣ୍ଟାରେ ତିନିଥର ଭୂମିକମ୍ପ, ହାଲୁକା କମ୍ପନ ଅନୁଭବ କଲେ ମୁମ୍ବାଇବାସୀ

Published By : Prameya-News7 Bureau | September 05, 2020 IST

ମୁମ୍ବାଇ ୦୫/୦୯: ଆଜି (ଶନିବାର) ସକାଳ ୬.୩୬ରେ ମୁମ୍ବାଇବାସୀ ହାଲୁକା ଭୂକମ୍ପ ଅନୁଭୂତ କରିଛନ୍ତି। ମୁମ୍ବାଇରୁ ୯୮ କିମି ଉତ୍ତରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଯର ସ୍କେଲ୍‌ରେ ଏହାର ତୀବ୍ରତା ୨.୭ ଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) ଏହି ସୂଚନା ଦେଇଛି ।

ତେବେ ଗତ ୨୪ ଘଣ୍ଯାରେ ମହାରାଷ୍ଟ୍ରରେ ତିନି ଥର ଭୂ-କମ୍ପ ଅନୁଭୂତ ହେଲାଣି । ଶୁକ୍ରବାର ସକାଳ ୧୦.୩୩ରେ ୨.୮ ତୀବ୍ରତାର ଭୂମିକମ୍ପ ମୁମ୍ବାଇରୁ ୯୧ କିମି ଉତ୍ତରରେ ଅନୂଭୂତ ହୋଇଥିଲା।  ସେହି ସମାନ ଦିନ ଅର୍ଥାତ୍ ରାତି ୧୧.୪୩ରେ ମହାରାଷ୍ଟ୍ରର ନାସିକରେ ଆଉ ଏକ ଭୂମିକମ୍ପ ଅନୂଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୦।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.