ମା-ବାପାଙ୍କ ଆକୁଳ ନିବେଦନ ପରେ ପରେ ବି ଆତ୍ମ ସମର୍ପଣ କଲାନି ନାବାଳକ, ଯବାନଙ୍କ ଗୁଳିରେ ଚାଲିଗଲା ପ୍ରାଣ

Published By : Prameya-News7 Bureau | April 11, 2021 IST

ଶ୍ରୀନଗର ୧୧।୦୪: କାଶ୍ମୀରରେ ତିନି ଅଲଗା ଅଲଗା ଏନକାଉଣ୍ଟରରେ ରବିବାର ୫ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ସମୟରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ମୃତକ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ନାବାଳକ ମଧ୍ୟ ଥିଲେ। ଗତ ଏକ ସପ୍ତାହ ପୂର୍ବେ ନାବାଳକ ନିଖୋଜ ଥିଲା। ସେ କୌଣସି ଆତଙ୍କୀ ସଂଗଠନରେ ସାମିଲ ହୋଇଥିବା କୁହାଯାଉଥିଲା। ତେବେ ସୋପିଆନର ହାଦିପୋରା ଗାଁରେ ରବିବାର ହୋଇଥିବା ଗୁଳିବିନିମୟରେ ନାବାଳକ ପ୍ରାଣ ହରାଇଛି।

କିଶୋରଙ୍କୁ ବୁଝାଇବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁତ ଚେଷ୍ଟା କରାଯାଇଥିଲା। ଗୁଳି ବିନିମୟ ସମୟରେ ତାର ମା-ବାପାଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା। ମା-ବାପା ମଧ୍ୟ ନିଜ ପୁଅକୁ ଫେରି ଆସିବାକୁ ଆକୁଳ ନିବେଦନ କରିଥିଲେ। ହେଲେ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଜାମ୍ମୁ-କାଶ୍ମୀର ପୁଲିସର ଆଇଜି ବିଜୟ କୁମାର କହିଛନ୍ତି, ଆମେ ନାବାଳକଙ୍କୁ ଆତ୍ମ ସମର୍ପଣ ପାଇଁ ସୁଯୋଗ ଦେଇଥିଲୁ, ମାତ୍ର ଆତଙ୍କବାଦୀମାନେ ତାକୁ ଏମିତି କରିବାକୁ ଅଟକାଇଥିଲେ।

wp:html /wp:html

ଆଇଜି ବିଜୟ କୁମାର କହିଛନ୍ତି, ଆମେ ତାର ଅଭିଭାବକଙ୍କୁ ଏନକାଉଣ୍ଟର ସ୍ଥଳକୁ ଡକାଯାଇଥିଲା। ଆତ୍ମ ସମର୍ପଣ କରିବାକୁ ଅନେକ ଥର ଅପିଲ୍ କରାଗଲା। ସେ ଆତ୍ମ ସମର୍ପଣ କରିବାକୁ ମଧ୍ୟ ଚାହୁଁଥିଲା। ହେଲେ ତାର ଲିଡର ଏମିତି କରିବାକୁ ତାକୁ ଅଟକାଇଥିଲେ। ଶେଷରେ ଗୁଳି ବିନିମୟରେ ଅନ୍ୟ ଆତଙ୍କବାଦୀଙ୍କ ସହ ନାବାଳକ ପ୍ରାଣ ହରାଇଥିଲା।

ଶନିବାର ରାତିରେ ହାଦିପୋରା ଗାଁରେ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିବା ପରେ ସେନା, ପୁଲିସ ଓ ସିଆରପିଏଫ ମିଳିତ ଅପରେସନ ଆରମ୍ଭ କରିଥିଲେ। ଉକ୍ତ ଗାଁକୁ ଚାରିପଟୁ ଘେରି ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ ପାଇଁ କୁହାଯାଇଥିଲା। ଏନକାଉଣ୍ଟର ସ୍ଥଳରୁ ଗୋଟିଏ ରାଇଫଲ ଓ ପିସ୍ତଲ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ନିଖୋଜ ନାବାଳକଙ୍କ ପରିଜନ ପୁଅ ନିଖୋଜ ହୋଇଥିବା ଥାନାରେ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.